ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ଥର ପାଇଁ ସଚିବାଳୟ ବାହାରେ ପୁରୀ ସର୍କିଟ ହାଉସ୍‌ରେ ବସିଥିବା କ୍ୟାବିନେଟ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏହି କ୍ୟାବିନେଟ୍‌ରେ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟକୁ ଦିଆଯାଇଛି ଗୁରୁତ୍ୱ।

ସଚିବାଳୟ ବାହାରେ ଆଜି ପ୍ରଥମ ଥର ପାଇଁ ବସିଥିଲା କ୍ୟାବିନେଟ୍। ପୁରୀ ସର୍କିଟ ହାଉସ୍‌ରେ ବସିଥିବା କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପ୍ରଥମେ ଜଗନ୍ନାଥ ମନ୍ଦିର ଦର୍ଶନ ସାରି ସ୍ୱର୍ଗଦ୍ୱାର ଅଭିମୁଖେ ଯାଇଥିଲେ। ସେଠାରେ ସେ ବିଜୁବାବୁଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଦେବା ପରେ କ୍ୟାବିନେଟରେ ଯୋଗ ଦେଇଥିଲେ। ପୁରୀରେ ବସିଥିବା କ୍ୟାବିନେଟରେ ନିଆଯାଇଛି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

-ସଂସ୍କୃତି ବିଭାଗରୁ ଅଲଗା ହେବ ପର୍ଯ୍ୟଟନ ବିଭାଗ

-ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ନାଁରେ ଗଠନ କରାଯିବ ନୂଆ ବିଭାଗ

-ଓଡ଼ିଆ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଗଠନ ହେବ ‘ହେରିଟେଜ’ କ୍ୟାବିନେଟ

-ଓଡ଼ିଆ ଭାଷା କମିଶନ ଗଠନ ଉପରେ ମଧ୍ୟ ବାଜିଛି କ୍ୟାବିନେଟ ମୋହର

-ଓଡ଼ିଶାରେ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିଷ୍ପତ୍ତି

-ରାଜ୍ୟର ସବୁ ହାଇସ୍କୁଲରେ ସ୍ଥାପନ ହେବ ଲାଇବ୍ରେରୀ

-କଲେଜ ଏବଂ ବିଶ୍ବବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାରେ ଓଡ଼ିଆ ଭାଷାରେ ଭଲ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ବୃତ୍ତି

-ବି ଏ ଏବଂ ଏମ୍‌ ଏ ପାଠ୍ୟକ୍ରମରେ ଓଡ଼ିଆ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ମିଳିବ ଶିକ୍ଷା

-ପ୍ରତିବର୍ଷ ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ପୁସ୍ତକ ମେଳା ଆୟୋଜନ କରାଯିବ

-ଭାଗବତ ଟୁଙ୍ଗିର ପୁନରୁଦ୍ଧାର କରାଯିବ ଏବଂ ଏଗୁଡ଼ିକୁ ଅଧିକ ଅନୁଦାନ ମିଳିବ

-ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନରେ ଓଡ଼ିଆରେ ଫଳକ ଲଗାଯିବ

Comment