ଓଡ଼ିଶାଲାଇଭ୍ ବ୍ୟୁରୋ

ଘୋଷଣା ହେଲା କେନ୍ଦ୍ର ସାହିତ୍ୟ ଏକାଡେମି ଯୁବ ଓ ବାଲ୍ ସାହିତ୍ୟ ପୁରସ୍କାର। ଓଡ଼ିଆ ଭାଷାରେ ଯୁବ ପୁରସ୍କାର ପାଇବେ ଲେଖକ ସୁବ୍ରତ କୁମାର ସେନାପତି। ସେହିପରି ବାଲ୍ ସାହିତ୍ୟ ପୁରସ୍କାର ପାଇବେ ଶିଶୁ ସାହିତ୍ୟିକ ଡକ୍ଟର ରାଜକିଶୋର ପାଢ଼ୀ।

କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୫ ବର୍ଷ ପାଇଁ ଓଡ଼ିଆ ସମେତ ୨୩ଟି ଭାଷା ଲାଗି ଯୁବ ପୁରସ୍କାର ଓ ୨୪ଟି ଭାଷା ପାଇଁ ବାଲ୍ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି।

ଗଳ୍ପ ସଙ୍କଳନ ‘କଦମ୍ବବନ’ ପାଇଁ ସୁବ୍ରତ କୁମାର ସେନାପତିଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ତାମ୍ର ଫଳକ ଓ ୫୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯିବ।

ସେହିପରି କବିତା ସଙ୍କଳନ ‘କେତେ ଫୁଲ ଫୁଟିଚି’ ପାଇଁ ଶିଶୁ ସାହିତ୍ୟିକ ଡକ୍ଟର ରାଜକିଶୋର ପାଢ଼ୀଙ୍କୁ ବାଲ ସାହିତ୍ୟ ପୁରସ୍କାର ପ୍ରଦାନ କରାଯିବ।

Tag: #KendraSahityaAcademyPrize #YuvaPuraskar #BalSahityaPuraskar #DrRajkishorPadhy #LiteraryHonour #OdiaLanguage #Odisha

Comment