ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିବର୍ଷ ପରି ଚଳିତ ବର୍ଷ କିସ୍ ବଶ୍ୱବିଦ୍ୟାଳୟ ପକ୍ଷରୁ ମେଗା ଅଭିଭାବକ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୧ ଲକ୍ଷରୁ ଅଧିକ ଆଦିବାସୀ ଅଞ୍ଚଳର ଲୋକ ଯୋଗଦେଇଥିଲେ। କିସ୍ର ୨୭ ହଜାର ଛାତ୍ରଛାତ୍ରୀଙ୍କ ସମେତ ୬୦ ହଜାର ଅଭିଭାବକ ଯୋଗ ଦେଇଥିଲେ। ଏହାସହ ୧୦ ହଜାର ପୂର୍ବତନ ଛାତ୍ରଛାତ୍ରୀ ସମ୍ମିଳନୀରେ ସାମିଲ୍ ହୋଇଥିଲେ।
କିସ୍ ଏବଂ କିଟ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି ସମ୍ମିଳନୀରେ ଉଦବୋଧନ ଦେଇଥିଲେ। କହିଥିଲେ, “ବର୍ତ୍ତମାନ ପ୍ରାକୃତିକ ସମ୍ବଳର ଅଭାବ ଦେଖାଦେଇଛି। ପାରମ୍ପରିକ ପଦ୍ଧତିରେ ଆଉ ଜୀବନ ଅତି ବାହିତ କରିବା ସମ୍ଭବ ନୁହଁ। ଜଣେ ବ୍ୟକ୍ତି ସମ୍ମାନଜନକ ଭାବେ ବଞ୍ଚିବାକୁ ହେଲେ ଶିକ୍ଷା ନିହାତି ଦରକାର। ଯେଉଁ ପିଲାମାନେ କିସ୍ରୁ ପାଠ ପଢ଼ି ଯାଇଛନ୍ତି ଏବଂ ଯେଉଁମାନେ ଏଠାରେ ପଢ଼ୁଛନ୍ତି ସେମାନେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବ୍ୟାପକ ପରିବର୍ତ୍ତନ ଆଣିବେ ବୋଲି ବିଶ୍ୱାସ ରହିଛି।”
ଏହି ସମ୍ମିଳନୀରେ କିଟ୍ ଏବଂ କିସ୍ର ସଭାପତି ଶାଶ୍ୱତୀ ବଳ, କିସ୍ ସେକ୍ରେଟାରୀ ଆର୍ ଏନ୍ ଦାସ, କିସ୍ ସିଇଓ ଡକ୍ଟର ପି କେ ରାଉତରାୟ, କିସ୍ ବଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।














