ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ଆଗେଇ ଆସିଛି। ମଞ୍ଜୁର କରିଛି ୬,୧୩୯ କୋଟି ଟଙ୍କାର ସହାୟତା। ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟ ଓ ୮୬୭ ଡିଗ୍ରୀ କଲେଜକୁ ଏହି ସହାୟତା ଦିଆଯିବ। ପାଞ୍ଚ ବର୍ଷ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ। ବିଶ୍ୱବିଦ୍ୟାଳୟ କଲେଜଗୁଡ଼ିକ ଭିତ୍ତିଭୂମି ବିକାଶ, ଗୁଣାତ୍ମକ ଶିକ୍ଷାଦାନ, ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶ, ଚଏସ୍ ବେସଡ୍ କ୍ରେଡିଟ୍ ସିଷ୍ଟମ (ସିବିସିଏସ୍) ପାଠ୍ୟକ୍ରମ ପ୍ରଚଳନ, ଛାତ୍ରଛାତ୍ରୀ ଓ ଶିକ୍ଷକ ଦକ୍ଷତା ବୃଦ୍ଧି ପାଇଁ ଏହି ସହାୟତା ଖର୍ଚ୍ଚ କରାଯିବ।

ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ଓ କଲେଜକୁ ୩ଟି ପର୍ଯ୍ୟାୟରେ ୫ ବର୍ଷ ମଧ୍ୟରେ ୭ କୋଟି ଟଙ୍କା ଲେଖାଁଏ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ  ଦିଆଯିବ ୩ କୋଟି। ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ ପରେ ଅବଶିଷ୍ଟ ଟଙ୍କା ପ୍ରଦାନ କରାଯିବ। ନୋଡାଲ୍ ସେଣ୍ଟର ଭାବେ କାର୍ଯ୍ୟ କରିବ ଉତ୍କଳ ବିଶ୍ୱବିଦ୍ୟାଳୟ। ଚଳିତ ବର୍ଷରୁ ଏହା କାର୍ଯ୍ୟକାରୀ ହେବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ସିବିସି ନିର୍ଦ୍ଦେଶକ ସନ୍ତୋଷ କୁମାର ତ୍ରିପାଠୀ କହିଛନ୍ତି। ଏହି ସହାୟତା ଠିକ୍ ରାସ୍ତାରେ ବିନିଯୋଗ ହେଲେ ୬୩୦,୦୦୦ଛାତ୍ରଛାତ୍ରୀ ୨୧ ହଜାର ଶିକ୍ଷକ ଓ ୧୧ହଜାର ପ୍ରଶାସନିକ କର୍ମଚାରୀ ଉପକୃତ ହେବେ।

Comment