ଓଡ଼ିଶାଲାଇଭ୍ ବ୍ୟୁରୋ

ପଡିଆରେ ନିଜ ବୋଲିଂ ମାଧ୍ୟମରେ ବିପକ୍ଷ ଦଳର ନିଦ ହଜାଉଥିବା ଦୁର୍ଦ୍ଦଷ ବୋଲର ତଥା ଶ୍ରୀଲଙ୍କାର ପୂର୍ବତନ ଅଧନାୟକ ଆଜି ନିଜେ ଠିକ୍ ଭାବେ ଚାଲିବାକୁ ସକ୍ଷମ ନୁହଁନ୍ତି। ବିନା ସାହାରାରେ ସେ ଗୋଟିଏ ପାଦ ବି ଚାଲିପାରୁନାହାନ୍ତି। କେବଳ ବୋଲର ନୁହଁନ୍ତି ଆକ୍ରମଣାତ୍ମକ ବାମହାତୀ ବ୍ୟାଟ୍ସମ୍ୟାନ୍ ଆଜି ନିଜ ଆଣ୍ଠୁ ଜନିତ ସମସ୍ୟାରେ ସଂଘର୍ଷ କରୁଛନ୍ତି। ଆଉ ଖୁବ୍ ଶିଘ୍ର ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ଆବଶ୍ୟକ ହୋଇପଡିଛି।

କ୍ରିକେଟରୁ ଅବସର ନେବା ପରେ ଜୟସୁରିଆ, ଶ୍ରୀଲଙ୍କା ଚୟନ କମିଟିର ଅଧ୍ୟକ୍ଷ ଭାବେ ଦୁଇଥର ଦାୟିତ୍ଵ ନେଇଥିଲେ। ତାଙ୍କର କାର୍ଯ୍ୟକାଳ ବିବାଦ ଭିତରେ ଶେଷ ହୋଇଥିଲା। ଏପରିକି ତାଙ୍କ କାର୍ଯ୍ୟକାଳ ଭିତରେ ସେ ଏପରି କେତେଗୁଡିଏ ବିବାଦୀୟ ପରିବର୍ତନ ଆଣିଥିଲେ ଯାହାଦ୍ଵାରା ଖେଳାଳିମାନେ ପ୍ରଭାବିତ ହୋଇଥଲେ ଓ ଟିମରେ ସ୍ଥାନ ପାଇବା ନେଇ ଚିନ୍ତିତ ଥଲେ। ଏପରିକି ୨୦୧୭ରେ ଜୟସୁରିଆ ଦକ୍ଷିଣଆଫ୍ରିକା ଓ ଭାରତରେ ଦୟନୀୟ ପ୍ରଦର୍ଶନ ପରେ ଜୟସୁରିଆ ଓ ତାଙ୍କ ଟିମରୁ ଇସ୍ତଫା ଦେବାକୁ ପଡିଥିଲା।

ଜୟସୁରିଆ ବର୍ତମାନ ଆଶାବାଡି ବିନା ଚାଲିବାକୁ ସକ୍ଷମ ନୁହଁନ୍ତି ଓ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ହେବା ଦରକାର। ସେ ଏହି ସପ୍ତାହରେ ଅଷ୍ଟ୍ରେଲିଆ ଯାଇପାରନ୍ତି। ମେଲବର୍ଣ୍ଣରେ ତାଙ୍କର ଅସ୍ତ୍ରୋପଚାର ହେବ। ଏହା ଏକ ଜଟିଳ ଅସ୍ତ୍ରୋପଚାର ହୋଇଥବାରୁ ଏଥପାଇଁ ତାଙ୍କୁ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ମାସେ ରହିବାକୁ ପଡିବ। ଏପରିକି ଅପରେସନ୍ ପରେ ସେ ଠିକ୍ ଭାବେ ଠିଆ ହୋଇପାରୁଛନ୍ତି କି ନା ଚେକ୍ କରିବାକୁ ପଡି ବୋଲି ଡାକ୍ତର କହିଛନ୍ତି।

୨୧୦୦ରେ ଅବସର ନେବା ପୂର୍ବରୁ ୪୮ବର୍ଷୀୟ ଜୟସୁରିଆ ଶ୍ରୀଲଙ୍କର ଜଣେ ଜଣାଶୁଣା ବ୍ୟାଟ୍ସମ୍ୟାନ୍ ଥଲେ। ଏମିତି କେହି ବୋଲର୍ ନଥଲେ ଯିଏ ଜୟସୁରିଆଙ୍କୁ ଭ଼ୟ କରୁନଥିଲେ। କ୍ରିଜରେ ରହିଲେ ବିପକ୍ଷ ଦଳର ସବୁ ରଣନୀତି ବିଫଳ ହେଉଥଲା। ବ୍ୟାଟିଂ ମାଧ୍ୟମରେ ସେ କେବଳ ଶ୍ରୀଲଙ୍କାରେ ନୁହେଁ ସାରା ବିଶ୍ଵରେ ନିଜର ଫ୍ୟାନ୍ ସୃଷ୍ଟି କରିପାରିଛନ୍ତି।

ଜୟସୁରିଆ ହାରାହାରି ୪୦ହିସାବରେ ୧୧୦ ଟେଷ୍ଟ୍ ମ୍ୟାଚରୁ ୬୯୭୩ରନ୍ ସଂଗ୍ରହ କରିଥଲେ। ସେହିପରି ୪୩୩ଟି ଦିନିକିଆ ମ୍ୟାଚରୁ ୧୩ହଜାର ରନ୍ ସଗ୍ରହ କରିଥିଲେ। ଟି-୨୦ରେ ତାଙ୍କର ବ୍ୟାଟିଂ ଦକ୍ଷତା ଦେଖାଇଥିଲେ ବାମହାତି ବ୍ୟାଟ୍ସମ୍ୟାନ୍ ଜୟସୁରିଆ। ଅବସର ନେବା ପୂର୍ବରୁ ୩୧ଟି ଟି-୨୦ ମ୍ୟାଚ୍ ଖେଳିଥଲେ କିମ୍ବଦନ୍ତୀ କ୍ରିକେଟର୍, ବର୍ତମାନ ଆଣ୍ଠୁଜନିତ ସମସ୍ୟାରେ ଜର୍ଜରିତ।

Comment