ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା  ୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜଭବନ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ। ଏହି ସମୟ ମଧ୍ୟରେ ସାଧାରଣ ଲୋକମାନେ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ପରିଦର୍ଶନ କରି ମଜ୍ଜା ଉଠାଇପାରିବେ। ଛୁଟିଦିନ ଓ ରବିବାର ମଧ୍ୟ ଭାଜଭବନ ଉଦ୍ୟାନ ଖୋଲା ରହିବ।

ଲୋକମାନେ ରାଜଭବନ ପରିସରକୁ କ୍ୟାମେରା, ଖାଦ୍ୟ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ନଆଣିବା ପାଇଁ ପରାମର୍ଶ ଦିଆଯାଇଛି। ନୂଆ ରଙ୍ଗରେ ସଜେଇ ହୋଇଛି ରାଜଭବନ ପରିସର। କୃତ୍ରିମ ଝରଣା, ମୁୟୁଜିକାଲ ଫାଉଣ୍ଡେସନ୍ ମୟୂର ଓ ହରିଣ ପାର୍କ, ବତକ, କକ୍‌ଟେଲ ପକ୍ଷୀଘର ପ୍ରଭୃତି ଲୋକଙ୍କୁ ଆକର୍ଷିତ କରିବ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି।

Comment