ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜେଲ୍‌ ସହିତ ଲାଲୁପ୍ରସାଦ ଯାଦବଙ୍କ ପୁରୁଣା ସମ୍ପର୍କ ରହିଛି। ପୂର୍ବରୁ ଅନେକବାର ଲାଲୁ ବିଭିନ୍ନ ମାମଲାରେ ଜେଲ୍‌ ଯାଇଛନ୍ତି। ବର୍ତ୍ତମାନସୁଦ୍ଧା ଲାଲୁ ଜେଲ୍‌ରେ ୩୭୫ ଦିନ କାଟି ସାରିଛନ୍ତି। ଚାରା ଦୁର୍ନୀତି ବାଦ୍‌ ଲାଲୁଙ୍କ ନାଁରେ ଆଉ ୬ଟି ମାମଲା ରହିଛି।

୨୦୧୩ ଅକ୍ଟୋବର ମାସରେ ଚାରା ଦୁର୍ନୀତି ସହ ଆଉ ଏକ ମାମଲା ଯୋଡ଼ି ହୋଇଥିଲା। ଏହି ମାମଲାରେ ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଏହି ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ ସହ ୨୫ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ ଦିଆଯାଇଥିଲା।

ପରେ ଲାଲୁ ବିର୍ସମୁଣ୍ଡା ଜେଲ୍‌କୁ ଯାଇଥିଲେ। ହେଲେ ୨୦୧୩ ଡିସେମ୍ବରରେ ଲାଲୁ ଜାମିନ୍‌ରେ ଆସିଥିଲେ।

ଏହି ଚାରା ଘୋଟାଲାରେ ଲାଲୁ ୭ ଥର ଜେଲ୍‌ ଯାଇ ସାରିଲେଣି। ଏହାସହ ୧୯୭୫ ଜରୁରିକାଳୀନ ପରିସ୍ଥିତି ବେଳେ ମଧ୍ୟ ଲାଲୁ ଜେଲ୍ ଯାଇଥିଲେ।

ସେହିପରି ୧୯୯୬ରେ ଲାଲୁ ଗୋଖାଦ୍ୟ ଦୁର୍ନୀତିରେ ଛନ୍ଦି ହୋଇଯାଇଥିଲେ। ଏହି ଘଟଣାର ତଦନ୍ତ ଦାୟିତ୍ୱ ପାଟନା ହାଇକୋର୍ଟ ସିବିଆଇକୁ ଦେଇଥିଲେ। ଏହି ମାମଲାରେ ଲାଲୁ ୧୯୯୭ ମାର୍ଚ୍ଚ ଜୁନ୍ ୨୩ରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସିବିଆଇ କୋର୍ଟରେ ଲାଲୁ ଆତ୍ମସମର୍ପଣ କରିବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

Comment