ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ଲଗାତର ଏଲପିଜି ଦର ଓ ତୈଳ ଦର ବୃଦ୍ଧି ପାଇ ଚାଲିଛି। ଫଳରେ ଦେଶବ୍ୟାପୀ ଲୋକେ ଏହାକୁ ବିରୋଧ କରିବା ଆରମ୍ଭ କଲେଣି। ତେବେ ବିହାରରେ ଜଣେ କଂଗ୍ରେସ ବିଧାୟକ ଏକ ଅଭିନବ ଢଙ୍ଗରେ ଦର ବୃଦ୍ଧିକୁ ନେଇ ପ୍ରତିବାଦ ଜଣାଇଛନ୍ତି। ରାଜ୍ୟରେ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ବିଧାୟକ ସକିଲ ଅହମ୍ମଦ ଖାଁ ହାତରେ ମାଟି ଚୁଲା ଏବଂ କାଠ ଧରି ବିଧାନସଭା ଯାଇଛନ୍ତି।

କଂଗ୍ରେସ ବିଧାୟକ ସକିଲ କହିଛନ୍ତି ଯେ ଏହି ଚୁଲାକୁ ସେ ସରକାରଙ୍କୁ ଉପହାର ସ୍ୱରୂପ ଦେବେ। ଦେଶରେ ଏଲପିଜି ଦର ଏତେ ମାତ୍ରାରେ ବୃଦ୍ଧି ପାଇଲାଣି ଯେ, ଲୋକେ ପୁଣିଥରେ ମାଟି ଚୁଲା ବ୍ୟବହାର କରି ରୋଷେଇ କରିବେ।

ଅନ୍ୟପଟେ ବିଧାୟକଙ୍କ କଥାକୁ ସମର୍ଥନ ଜଣାଇଛନ୍ତି ବିଧାୟିକା ପ୍ରତିମା କୁମାର ଓ ଅଜିତ ଶର୍ମା।

ସେହିପରି ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରି ଆରଜେଡି ବିଧାୟକ ଅଖତରୁଲ ଇସଲାମ ସାହିନ ସାଇକେଲ ଚଳାଇ ବିଧାନସଭାରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଏଥିସହ ତୈଳ ଦର ତୁରନ୍ତ କମ୍ କରିବାକୁ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି।

ଦେଶରେ ବାରମ୍ବାର ତୈଳଦର ଓ ଏଲପିଜି ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । କିଛି ରାଜ୍ୟରେ ତୈଳ ଦର ୧୦୦ ଟଙ୍କାରୁ ଅଧିକ ହୋଇଥିବାବେଳେ, ଆଉ କିଛି ସ୍ଥାନରେ ୯୦ ଛୁଇଁଲାଣି।

Comment