ଓଡିଶାଲାଇଭ୍ ବ୍ୟୁରୋ
୧. ରାଜନୈତିକ ଦଳର ଖର୍ଚ୍ଚରେ ସ୍ୱଛତା ଆଣିବା ପାଇଁ ଇଲେକ୍ଟରାଲ ବଣ୍ଡ ଜରୁରୀ ବୋଲି କହିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟ୍ଲି।
୨. ଉତ୍ତରପ୍ରଦେଶରେ ଧାର୍ମିକ ସ୍ଥଳମାନଙ୍କରେ ହଟିବ ଲାଉଡ ସ୍ପିକର୍, ଆଦେଶ ଦେଲେ ଯୋଗୀ ସରକାର।
୩. ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ଭଉଣୀଙ୍କ ମୃତ୍ୟୁ: ପାରୋଲରେ ଆସିବା ପାଇଁ ମାଗିପାରନ୍ତି ଅନୁମତି। ଲାଲୁ ପ୍ରସାଦ ଯାଦବଙ୍କୁ ପଠାଯାଇପାରେ ମୁକ୍ତ ଜେଲ, ମିଳିବ ଆଟାଚ ବାଥରୁମ୍, କିଚେନ୍ ଓ ଗାଇ-ମଇଁଷି।
୪. ପାଞ୍ଚଟି ସନ୍ତାନ ଥିବା ଇମ୍ରାନ୍ ଖାଁଙ୍କ ତୃତୀୟ ପତ୍ନୀ ହେଲେ ବୁଶ୍ରା ବିବି, କାମ ହେଲା ଆଧ୍ୟାତ୍ମିକ ଗାଇଡ।
୫. ଉତ୍ତରପ୍ରଦେଶର ଇଟାୱାର ଏକ ପୋଲିସ ଷ୍ଟେସନରେ ଵାଳୁତ ପିଲା ପହଞ୍ଚି ଅଭିଯୋଗ କଲା, ‘ବାପା ମତେ ମେଳା ବୁଲାଇ ନେଉ ନାହାନ୍ତି,ତାଙ୍କୁ ଦି ପଦ ଶୋଧ।’
୬. ଜାନୁଆରୀ ୨୦ରୁ ବ୍ୟାଙ୍କର ବିଭିନ୍ନ ସେବା ମହଙ୍ଗା ହେବ, ବ୍ରାଞ୍ଚ ଯାଇ କାରବାର କଲେ ଅଧିକ ଗଣିବାକୁ ପଡ଼ିବ।
୭. ଦିଲ୍ଲୀ-ପାନୀପଥ ଜାତୀୟ ରାଜପଥରେ ଭୀଷଣ ଦୁର୍ଘଟଣା, ୪ ଜଣ ଜାତୀୟ ପାୱାରଲିଫ୍ଟିଂ ଖେଳାଳୀଙ୍କ ପ୍ରାଣହାନୀ।
୮. ପ୍ୟାରିସ୍ ହିଲ୍ଟନଙ୍କୁ ନିର୍ବନ୍ଧରେ ପୁରୁଷ ସାଥୀ କ୍ରିସ୍ ଜିଲ୍କାଙ୍କଠାରୁ ମିଳିଥିବା ୧୨ କୋଟି ଟଙ୍କାର ହୀରା ମୁଦିର ରକ୍ଷଣା ବେକ୍ଷଣ ପାଇଁ ୨୪ ଘଣ୍ଟିଆ ସିକ୍ୟୁରିଟି ଗାର୍ଡ ନିଯୁକ୍ତ।
୯. ଚୀନର ୟେଙ୍ଗଦୁ ସହରରେ ଭୋଡ୍କା ପିଇ ଚୋର ଫିଙ୍ଗିଲା ନିଜେ ଚୋରି କରିଥିବା ଦୁନିଆର ସବୁଠୁ ମହଙ୍ଗା ବୋତଲ ଯାହାର ଦାମ ୯ କୋଟି ଟଙ୍କା।
୧୦. ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିଜକୁ ‘ସ୍ମାର୍ଟ ଓ ବୁଦ୍ଧିମାନ’ ଦାବି କଲେ, ତାଙ୍କ ଉପରେ ଲେଖା ହୋଇଥିବା ପୁସ୍ତକକୁ କହିଲେ ‘ତୁଚ୍ଛା କଳ୍ପନା।’









