ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ଝିଅ ସାରାଙ୍କୁ ବିବାହ ପ୍ରସ୍ତାବ ଦେବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲା ଅନ୍ତର୍ଗତ ମହିସାଦାଲ ଗାଁର ଦେବ କୁମାର ମାଇତି(୩୨)।

ଟିଭିରେ କ୍ରିକେଟ୍ ମ୍ୟାଚ ଦେଖିବା ବେଳେ ସଚିନ୍‌ଙ୍କ ଝିଅ ସାରା ନଜରକୁ ଆସିଥିଲେ। ତାଙ୍କୁ ଏକତରଫା ଭଲପାଇ ବସିଥିଲେ ଦେବ। ବହୁ କଷ୍ଟରେ ସେ  ସାରାଙ୍କ ମୋବାଇଲ୍ ନମ୍ବର ଯୋଗାଡ କରିଥିଲେ। ଅଧାରୁ କଲେଜ ପାଠ ଛାଡିଥିବା ଦେବ ସାରାଙ୍କୁ ୨୦ଥର ଟେଲିଫୋନ୍ କରିଥିବା ପୋଲିସ୍ ଆଗରେ ସ୍ଵୀକାର କରିଛନ୍ତି।  ସାରାଙ୍କୁ  ବହୁତ ଭଲ ପାଏ। ତାଙ୍କୁ କୌଣସି ଖରାପ କଥା କହିନାହିଁ। ସାରାଙ୍କୁ ବିବାହ କରିବାକୁ ଚାହେଁ। ନହେଲେ ଉଠାଇନେବି ବୋଲି ଟେଲିଫୋନ୍‌ରେ ଦେବ ବାରମ୍ବାର କହିବାରୁ ତେନ୍ଦୁଲକରଙ୍କ ପରିବାର ବମ୍ବେ ପୁଲିସର ସହାୟତା ଲୋଡିଥିଲେ। ବମ୍ବେ ଓ ପଶ୍ଚିମବଙ୍ଗ ପୁଲିସ୍ ମିଳିତ ଭାବେ ଚଢଉ କରି ଦେବ କୁମାରଙ୍କୁ ତାଙ୍କ ଘରୁ ଗିରଫ କରିଥିଲେ। ଦେବଙ୍କ ଘରୁ ପୁଲିସ୍ ଏକ ଡାଇରୀ ମଧ୍ୟ ଜବତ କରିଛି। ସେଥିରେ ଦେବ ସାରାଙ୍କୁ ନିଜ ସ୍ତ୍ରୀ ବୋଲି ଉଲ୍ଲେଖ କରିଛନ୍ତି।  ଦେବ କୁମାର ଜଣେ ମାନସିକ ରୋଗୀ ବୋଲି  ଗାଁଲୋକେ ଓ ପରିବାରର ସଦସ୍ୟମାନେ କହିଛନ୍ତି।

Comment