ଓଡ଼ିଶାଲାଇଭ୍ ବ୍ୟୁରୋ

  •  ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ କୋରାପୁଟ ଜିଲ୍ଲାପାଳ

ଆନ୍ଧ୍ର-ଓଡ଼ିଶା ସୀମାରେ ଆନ୍ଧ୍ର ସରକାରଙ୍କ ଦ୍ଵାରା ଦୀର୍ଘଦିନ ଧରି ଲାଗିରହିଛି। ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ର କୁଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଲୋକଙ୍କୁ କମ୍ବଳ ଓ ଭତ୍ତା ବାଣ୍ଟିଥିବାରୁ ଘୋର ପ୍ରତିବାଦ କରିଛି ଓଡ଼ିଶା। କୋରାପୁଟ ଜିଲ୍ଲାପାଳ ଏ ସମ୍ପର୍କରେ ସବିଶେଷ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ପଟାଙ୍ଗୀ ବ୍ଲକ୍ କୁଟିଆ ପଞ୍ଚାୟତର ତଳଗଞ୍ଜେଇପଦର ଗାଁର ଲୋକମାନଙ୍କୁ ଆନ୍ଧ୍ର ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ସାଲୁର୍‌ ବିଧାୟକଙ୍କ ଉପସ୍ଥିତିରେ ବାଣ୍ଟିଛନ୍ତି ଭତ୍ତା ଓ କମ୍ବଳ। ଓଡ଼ିଶାର ଏହି ଲୋକମାନଙ୍କୁ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, କମ୍ବଳ ବଣ୍ଟନ ବେଳେ ବିଜୟନଗରମ୍ ଜିଲ୍ଲାପାଳ ବିବେକ ଯାଦବ, ପାର୍ବତୀପୁରମ୍ ସମନିତ୍ଵ ଆଧିବାସୀ ଉନ୍ନୟନ ସଂସ୍ଥାର ପିଏ ଓ ଆନ୍ଧ୍ର  ସରକାରଙ୍କ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ଥିଲେ। ଏ ସମ୍ପର୍କରେ କୋରାପୁଟ ଜିଳ୍ଲାପାଳ ଅନୁପ କୁମାର ସାହା ରାଜ୍ୟ ସରକାକାରଙ୍କୁ ରିପୋର୍ଟ ଦେବା ସହ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ଅବଗତ କରାଇଛନ୍ତି।

କୋରାପୁଟ ଜିଲ୍ଲାପାଳ ଶ୍ରୀ ଯାଦବ କହିଛନ୍ତି, ଗଞ୍ଜେଇପଦର ଗାଁରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀମାନେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ଓ ଲୋକଙ୍କୁ ଭତ୍ତା ଓ କମ୍ବଳ ବାଣ୍ଟିବା ସମ୍ପର୍କରେ ଖବର ପାଇବା ପରେ ଉପଜିଲ୍ଲାପାଳଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଉପଜିଲ୍ଲାପାଳ କୃତ୍ତିବାସ ରାଉତ, ପଟାଙ୍ଗୀ ଏବିଡିଓ ସଦାଶିବ ଅଧିକାରୀ, ପଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ଆନ୍ଧ୍ର ଅଧିକାରୀମାନେ ପଳାଇଯାଇଥିଲେ। ଉପଜିଲ୍ଲାପାଙ୍କ ରିପୋର୍ଟ ଆଧାରରରେ କୋରାପୁଟ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛନ୍ତି।

Comment