ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଡ଼ଥରା ଜାଡ଼ରେ ଅସମ୍ଭାଳ ହୋଇଯାଇଛି ଓଡ଼ିଶା। ପ୍ରବଳ ଥଣ୍ଡା ଯୋଗୁଁ ବେହାଲ୍‌ ହୋଇଯାଇଛି ଜନଜୀବନ। ଦିନକୁ ଦିନ ପାରଦ ଖସୁଥିବାରୁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଯାଇଛି।

ରାଜ୍ୟରେ ଲାଗି ରହିଛି ଶୀତ ଲହରି। ଅମମ୍ଭାଳ ଜାଡ଼ରେ ଥରୁଛି ଓଡ଼ିଶା। କଟକରୁ ଫୁଲବାଣୀ, ମୟୂରଭଞ୍ଜରୁ କୋରାପୁଟ ସବୁଠି ହାଡ଼ଥରା ଥଣ୍ଡା। ବୁଢ଼ାଠାରୁ ଛୋଟପିଲା ସମସ୍ତେ କଲବଲ ହେଉଛନ୍ତି ଶୀତରେ। ଏପରିସ୍ଥଳେ ବୁଧବାର ପୁଣି ପାରଦ ଖସି ଯାଇଛି। ୧୪ଟି ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳକୁ ଖସି ଆସିଛି।

ଉତ୍ତର-ପଶ୍ଚିମ ଦିଗରୁ ବହୁଛି ଥଣ୍ଡା ପବନ। ଜନଜୀବନକୁ କରି ଦେଉଛି ବେହାଲ୍। ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି। ସ୍ୱେଟର କିମ୍ବା ଜାକେଟ୍ ନପିନ୍ଧିଲେ ବାହାରକୁ ବାହାରିବା ମୁସ୍କିଲ୍‌ ହୋଇ ଯାଉଛି।

ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲ୍‌ସିୟସ୍ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ପାରଦ ୩ଡିଗ୍ରୀକୁ ଖସି ଆସିଛି। ସୁନ୍ଦରଗଡ଼ ତାପମାତ୍ରା ୬.୫ ଡିଗ୍ରୀ ରହିଛି। ହୀରାକୁଦର ତାପମାତ୍ରା ରହିଛି ୭.୧ ଡିଗ୍ରୀ। ରାଜଧାନୀ ଭୁବନେଶ୍ୱରରେ ପାରଦ ୧୧ ଡିଗ୍ରୀ ରହିଛି। ଶୀତ ଆହୁରି ୧୦ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।

ଥଣ୍ଡା ସହ କହୁଡ଼ି ମଧ୍ୟ ଜନଜୀବନକୁ ଅସ୍ତବ୍ୟବସ୍ତ କରି ଦେଉଛି। ସକାଳୁ ସକାଳୁ ତୁଷାରପାତ ଯୋଗୁଁ ଗାଡ଼ି ଚାଳକମାନେ ଅସୁବିଧା ଭୋଗୁଛନ୍ତି। ଗତ କିଛିଦିନ ହେଲା ଏଭଳି ପରିସ୍ଥିତି ଓଡ଼ିଶାରେ ଲାଗି ରହିଛି। ପ୍ରବଳ ଥଣ୍ଡାରେ ଓଡ଼ିଶା ଥରୁଛି।

Comment