ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପାପୁଆ ନ୍ୟୁ ଗିନିକୁ ୧୦ ୱିକେଟରେ ହରାଇଛି ଭାରତ
  • ଅଣ୍ଡର-୧୯ ବିଶ୍ଵକପର କ୍ଵାଟର ଫାଇନାଲରେ ଭାରତ
  • ପୃଥ୍ଵୀ ଶ’ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଓ ସ୍ପିନର୍ ଅନୁକୂଳ ରୟଙ୍କ ଘାତକ ବୋଲିଂ

ତିନିଥରର ଚାମ୍ପିଅନ୍ ଭାରତ ଅଣ୍ଡର-୧୯ ବିଶ୍ଵକପର କ୍ଵାଟର ଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଅଣ୍ଡର-୧୯ କ୍ରିକେଟ ଦଳର ଅଧିନାୟକ ପୃଥ୍ଵୀ ଶ’ଙ୍କ ଆକ୍ରମଣାତ୍ମକ ଅର୍ଦ୍ଧଶତକ ଓ ସ୍ପିନର୍ ଅନୁକୂଳ ରୟଙ୍କ ଘାତକ ବୋଲିଂ ସହାୟତାରେ ଭାରତ ପାପୁଆ ନ୍ୟୁ ଗିନିକୁ ୧୦ ୱିକେଟରେ ହରାଇଛି ଭାରତ।

ନ୍ୟୁଜିଲାଣ୍ଡରେ ଚାଲିଥିବା ଅଣ୍ଡର-୧୯ ବିଶ୍ଵକପରେ ଭାରତୀୟ ଦଳ ତାର ଜୟଯାତ୍ରା ଅବ୍ୟାହତ ରଖିଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୦୦ ରନରେ ମାତ୍ ଦେଇଥିବା ଭାରତୀୟ ଦଳ ଦ୍ଵିତୀୟ ମ୍ୟାଚରେ ପାପୁଆ ନ୍ୟୁ ଗିନିକୁ ୧୦ ୱିକେଟ୍ର ହରାଇଛି।

ଅଧିନାୟକ ପୃଥ୍ଵୀ ଶ’ ପ୍ରଥମେ ଟସ୍ ଜିଣି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲେ।  ଓବିଆ ସୌମଙ୍କ (୧୫) ଓ ସିମୋନ ଉତାହ (୧୩)ଙ୍କୁ ଛାଡି ପାପୁଆ ନ୍ୟୁ ଗିନିର ଅନ୍ୟ କୌଣସି ଖେଳାଳି ଭାରତୀୟ ବୋଲିଂର ମୁକାବିଲା କରିପାରି ନଥିଲେ।

ସମସ୍ତ ଟିମ୍ ୨୧.୫ ଓଭର ଖେଳି ୬୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଟୁର୍ଣ୍ଣାମେଣ୍ଟର ଏହା ସବୁଠୁ କମ୍ ସ୍କୋର ବୋଲି ଜଣାପଡିଛି। ପାପୁଆ ନ୍ୟୁ ଗିନି ଶେଷଥର ପାଇଁ ୨୦୧୪ ମସିହାରେ ସଂଯୁକ୍ତ ରାଷ୍ଟ୍ର ଏମିରେଟରେ ବିଶ୍ଵକପ୍ ଖେଳିଥିଲା। ଅଷ୍ଟମଥର ପାଇଁ ଅଣ୍ଡର-୧୯ ବିଶ୍ଵକପ ଖେଳିବାର ସୁଯୋଗ ପାଇଛି ପାପୁଆ ନ୍ୟୁ ଗିନି।

ପ୍ରଥମମ୍ୟାଚରେ ଅଷ୍ଟ୍ରେଲିଆକୁ ୧୦୦ ରନରେ ହରାଇଥିବା ଭାରତୀୟ ଦଳ ଆଠ ଓଭର ବିନା କୌଣସି ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଅଧିନାୟକ ପୃଥ୍ଵୀ ଶ’ ୩୯ଟି ବଲରୁ ୧୨ ଚୌକା ସହାୟତାରେ ୫୭ ରନ ସ୍କୋର କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଶ’ଙ୍କ ଏହା ଦ୍ଵିତୀୟ ଅର୍ଦ୍ଧଶତକ।

ଜୁନିଅର୍ ଏକଦିବସୀୟ କ୍ରିକେଟ୍ ମ୍ୟାଚରେ ପ୍ରଥମଥର ପାଇଁ ୫ ୱିକେଟ୍ ନେଇଥିବା ଅନୁକୂଳ ରୟଙ୍କ ଘାତକ ବୋଲିଂ ଭାରତକୁ କ୍ଵାଟର ଫାଇନାଲରେ ପହଞ୍ଚିବାରେ ସହାୟକ ହୋଇଥିଲା। ଭାରତୀୟ ଦଳ ଆଗାମୀ ମ୍ୟାଚ୍ ୧୯ ଜାନୁଆରୀରେ ଜିମ୍ବାେୱ ବିପକ୍ଷରେ ଖେଳିବ।

Comment