ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଜୟା ଡିସେମ୍ବର ୫ ନୁହେଁ, ୪ ତାରିଖରେ ଆଖି ବୁଜିଥିଲେ: ଶଶୀକଳାଙ୍କ ଭାଇ

ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତା ୨୦୧୬ ଡିସେମ୍ବର ୫ତାରିଖରେ ମୃତ୍ୟୁବରଣ କରିଥିଲେ। ତେବେ ଜୟା ଡିସେମ୍ବର ୫ ନୁହେଁ, ୪ ତାରିଖରେ ଆଖି ବୁଜିଥିଲେ ବୋଲି ଶଶୀକଳାଙ୍କ ଭାଇ ଭି.ଦିବାକରନ୍ କହିଛନ୍ତି। ଏହି କଥାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି।

ଗୁରୁତର ଅସୁସ୍ଥତା କାରଣରୁ ଜୟଲଳିତା ଚେନ୍ନାଇସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଦୀର୍ଘଦିନ ଧରି ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ନିକଟରେ ଦିବାକରନ୍ ଏଆଇଏଡିଏମକେ ପ୍ରତିଷ୍ଠାତା ଏମଜି.ରାମଚନ୍ଦ୍ରନଙ୍କ ଜନ୍ମଦିନ ଅବସରରେ ଏକ ସାଧାରଣ ସଭାରେ ନୂଆ ବିବାଦ ଉଠାଇଛନ୍ତି। ସେ କହିଛନ୍ତି ଯେ ୨୦୧୬ ଡିସେମ୍ବର ୪ତାରିଖ ସନ୍ଧ୍ୟା ୫ଟା ୧୫ ମିନିଟରେ ଜୟଲଲିତା ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ଏ ଖବର ପାଇ ଦିବାକରନ୍ ହସ୍ପିଟାଲ ଯାଇଥିଲେ। ଜୟା ମୃତ୍ୟୁବରଣ କରିସାରିଥିଲେ ମଧ୍ୟ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସୁରକ୍ଷା କାରଣରୁ ସେତେବେଳେ ଜୟାଙ୍କ ମୃତ୍ୟୁ ଖବର ବିଦ୍ଧିବଦ୍ଧଭାବେ ଘୋଷଣା କରାଯାଇନଥିଲା ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ଦିବାକଣନଙ୍କୁ କହିଥିଲେ।

ଏହାର ଦିନକପରେ ଅର୍ଥାତ୍ ଡିସେମ୍ବର ୫ତାରିଖରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପରେ ହିଁ ଜୟା ମୃତ୍ୟୁବରଣ କରିଥିବା ଘୋଷଣା କରାଯାଇଥିଲା ବୋଲି ଦିବାକରନ୍ ଅଭିଯୋଗ କରିଛନ୍ତି। ତେବେ ଦିବାକରଣନଙ୍କ ଅଭିଯୋଗ ସତ୍ୟ ନୁହେଁ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Comment