ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଣ୍ଡର୍-୧୯ ବିଶ୍ଵକପରେ ଭାରତର ବିଜୟଧାରା ଜାରି ରହିଛି। ଗ୍ରୁପ୍ବିର ଶେଷ ମ୍ୟାଚରେ ପୃଥୀ ଶଙ୍କ ନେତୃତ୍ୱରେ ଭାରତୀୟ ଦଳ ଜିମ୍ବେୱେକୁ ୧୦ ୱିକେଟରେ ପରାସ୍ତ କରିବା ସହ ଟୁର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି।

ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୪୮.୧ ଓଭରରେ ୧୫୪ ରନ କରିବାକୁ ସକ୍ଷମ ହୋଇଥିଲା। କୌଣସି ୱିକେଟ ନ ହରାଇ ଭାରତ ମାତ୍ର ୨୧.୪ ଓଭରରେ ୧୫୫ରନ୍ କରିଥିଲା।

ଭାରତ ପକ୍ଷରୁ ଶୁଭମ ଗିଲ୍ ୯୦ ରନ କରିଥିବାବେଳେ ହାର୍ଦ୍ଦିକ୍ ଦେଶାଇ ବ୍ୟକ୍ତିଗତ ୫୬ ରନ କରିବାକୁ ସମର୍ଥ ହୋଇଥିଲେ।

ପୂର୍ବରୁ ଭାରତ କ୍ଵାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିସାରିଛି। ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୦୦ ରନରେ ହରାଇ ଥିବାବେଳେ ଦ୍ଵିତୀୟ ମ୍ୟାଚରେ ପପୁୟା ନ୍ୟୁ ଗିନିକୁ ୧୦ ୱିକେଟରେ ହରାଇଥିଲା।

ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଜିମ୍ବୱେ ପ୍ରଥମେ ବ୍ୟାଟିଂ କରି ୧୫୪ ରନ କରିଥିଲା। ଭାରତ ପକ୍ଷରୁ ଅନୁକୂଳ ରୟ ୪ଟି ୱିକେଟ୍ ନେଇଥିବାବେଳେ ଅଭିଷେକ ଶର୍ମା ଓ ଅର୍ସାଦୀପ ୨ଟି ଲେଖଶଏଁ ୱିକେଟ୍ ନେଇଥିଲେ। ଜବାବରେ ଭାରତ ୧୫୫ ରନର ଲକ୍ଷ୍ୟକୁ ଅତିସହଜରେ ହାସଲ କରିଥିଲା। ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲା ଭାରତୀୟ ଦଳ।

Comment