ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ଅମିର ଖାନ ଖୁବଶୀଘ୍ର ଫିଲ୍ମ ‘ମହାଭାରତ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ପ୍ରୋଜେକ୍ଟର ବି କାମ ଆରମ୍ଭ ହୋଇଗଲାଣି। ଫିଲ୍ମ ‘ମହାଭାରତ’ ପାଞ୍ଚଟି ଭାଗରେ ଆସିବ ବୋଲି କୁହାଯାଉଛି। ଏଥିପାଇଁ ପାଖାପାଖି ୧୦ ବର୍ଷ ସମୟ ଲାଗିପାରେ।

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଜଣାଶୁଣା ଅମିର ଖାନ ଆଗାମୀ ଫିଲ୍ମ ‘ଠଗସ ଅଫ ହିନ୍ଦୁସ୍ତାନ’ ଫିଲ୍ମର ସୁଟିଂରେ ଏବେ ଖୁବ୍ ବ୍ୟସ୍ତ। ଅମିର ଏହା ପରେ ଫିଲ୍ମ ‘ମହାଭାରତ’ରେ କାମକରିବାକୁ ନେଇ ଖୁବ ଉତ୍ସାହ ଅଛନ୍ତି। ଏହି ଫିଲ୍ମରେ ଅମିର କାମ କରିଲେ ଅନ୍ୟ କୌଣସି ବି ଫିଲ୍ମରେ କାମ କରିବାକୁ ଚାହୁଁ ନାହାନ୍ତି ବୋଲି କୁହାଯାଉଛି।

ପୂର୍ବରୁ ଦେଖାଯାଇଛି କି ଅମିର ଯେଉଁ ଫିଲ୍ମ ବି କରନ୍ତି, ପୁରା ପ୍ରସ୍ତୁତିରେ କରନ୍ତି। ଚରିତ୍ର ଅନୁଯାୟୀ ନିଜକୁ ଫିଟ୍ କରନ୍ତି। ଆଉ ଶତପ୍ରତିଶତ ଚେଷ୍ଟା ଦିଅନ୍ତି। ଯେଉଁଥି ପାଇଁ ଅମିର ସବୁବେଳେ ନିଜର ଭୂମିକାରେ ସ୍ୱତନ୍ତ୍ର ଲାଗନ୍ତି।

ଅମିର ମହାଭାରତରେ ‘କୃଷ୍ଣ’ ଭୂମିକାରେ ଅଭିନୟ କରିବାକୁ ଚାହୁଛନ୍ତି ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ଖବରରେ କେତେ ସତ୍ୟତା ଅଛି, ତାହାର କିଛି ସ୍ପଷ୍ଟ ସୂଚନା ଏଯାଏଁ ମିଳିନାହିଁ।

Comment