ଓଡ଼ିଶାଲାଇଭ୍ ବ୍ୟୁରୋ

ପୁନେର ଏମ୍‌ଆଇଟି ଏବଂ ୱାର୍ଲଡ ପିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି  ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର।

‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ଗ୍ରହଣ କରିବା ପରେ ସୋମବାର ଭୁବନେଶ୍ୱର ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହଜାର ହଜାର ପ୍ରଶଂସକ ଓ ଦଳୀୟ କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ  ପଟ୍ଟନାୟକ । ପୁରୀ ବେଳାଭୂମିରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାଲୁକା କଳା ନିର୍ମାଣ କରି ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ।

ସୁଦର୍ଶନ ପଟ୍ଟନାୟକ ଓଡ଼ିଶା ଲାଇଭକୁ ଏକ ସ୍ଵତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ଜଣେ କଳାପ୍ରେମୀ ବ୍ୟକ୍ତି। ସେ ଓଡ଼ିଶାର କଳା, ସାହିତ୍ୟ ଓ ପରମ୍ପରାକୁ ପ୍ରଚାର ଓ ପ୍ରସାର କରିବା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି”।

ପୂର୍ବରୁ ଆଉଟଲୁକ୍ ପ୍ରତ୍ରିକା ପକ୍ଷରୁ ‘ଶ୍ରେଷ୍ଠ ପ୍ରଶାସକ’ ପୁରସ୍କାର ମଧ୍ୟ ପାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment