ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ସପକ୍ଷରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ ଓଡ଼ିଶା ସରକାର କରିଥିବା ଦାବିକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ।

  • ଆମ ଯୁକ୍ତି ଓ ଉକ୍ତି ଠିକ୍ ଥିଲା: ବିଜେଡି
  • ଓଡ଼ିଶାର ଏକ ପ୍ରକାର ବିଜୟ: ବିଜେପି
  • କେନ୍ଦ୍ରକୁ ମାସେ ମଧ୍ୟରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ସପକ୍ଷରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ ଓଡ଼ିଶା ସରକାର କରିଥିବା ଦାବିକୁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ।

ବିଚାରପତି ଏସଏ ବବଡେ ଓ ବିଚାରପତି ଏଲ୍ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ମାସେ ମଧ୍ୟରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ ପାଇଁ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

ମହାନଦୀ ଜଳବିବାଦ ନେଇ ଉଭୟ ଛତିଶଗଡ଼ ଓ ଓଡ଼ିଶା ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି।

ଏହାପୂର୍ବରୁ ଓଡିଶା ସରକାର ଟ୍ରିବ୍ୟୁନାଲ୍ ଗଠନ ପାଇଁ କହିଥିଲେ ସୁଦ୍ଧା କେନ୍ଦ୍ର ସରକାର ଏହାକୁ ମାନିନଥିଲେ। ମହାନଦୀ ଜଳବିବାଦ ପାଇଁ ଟ୍ରିବ୍ୟୁନାଲ ଗଠନ ଅନାବଶ୍ୟକ ବୋଲି କେନ୍ଦ୍ର ଯୁକ୍ତି ବାଢି ଥିଲା। କେନ୍ଦ୍ରର ଏହି ଯୁକ୍ତିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ମାସେ ମଧ୍ୟରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଓଡ଼ିଶାର ବିଜୟ ବୋଲି କୁହାଯାଉଛି।

ଆମ ଯୁକ୍ତି ଓ ଉକ୍ତି ଠିକ୍ ଥିଲା: ବିଜେଡି

ବହୁଦିନ ପରେ ସମସ୍ୟାର ଅନ୍ତ ଘଟିଛି। ଆମର ଯୁକ୍ତି ଓ ଉକ୍ତି ଉଭୟ ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ରାୟରୁ ପ୍ରମାଣିତ ହୋଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରକାଶ ଦେବ।

ଓଡ଼ିଶାର ଏକ ପ୍ରକାର ବିଜୟ: ବିଜେପି

ସେହିପରି ମହାନଦୀ ସମସ୍ୟାର ବାଟ ଫିଟାଇଲେ ସୁପ୍ରିମକୋର୍ଟ। ଏହା ଓଡ଼ିଶାର ଏକ ପ୍ରକାର ବିଜୟ। ଏହାଦ୍ୱାରା ଲୋକେ ନ୍ୟାୟ ପାଇପାରିବେ ବୋଲି ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି।

Comment