ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଏପରି ଏକ ମାଲୱାର ଭାଇରସ୍‌ ଆସିଛି। ଯାହା ଫୋନ୍‌କୁ ତରଳାଇ ଦେଇ ପାରେ ବା ଫୋନ୍‌ ବ୍ୟାଟେରୀରେ ବିସ୍ପୋରଣ କରିପାରେ। ଅନେକ ଭାବୁଥିବେ ଫୋନ୍‌ ବ୍ୟାଟେରୀ କିପିରି ଫାଟିବ। ଏହି ମାଲୱାର ଭାଇରସ୍‌ ଯୋଗୁଁ ଅନେକ୍ ଆପ୍‌ ଆକ୍ଟିଭ୍‌ ହୋଇଯିବ ବା କାର୍ଯ୍ୟକରିବ। ଏକା ସାଙ୍ଗରେ ଅନେକ ଗୁଡିଏ କାମ ହେବାରୁ ଫୋନ୍‌ ବ୍ୟାଟେରୀ ସରିବା ସହ ଉତ୍ତପ୍ତ ହେବ। ଏଥିଯୋଗୁଁ ଫୋନ୍‌ ତରଳିବା ବା ବ୍ୟାଟେରୀ ଫାଟିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

ବିଶ୍ୱର ଅନ୍ୟତମ ଅଗ୍ରଣୀ ଆଣ୍ଟିଭାଇରସ୍‌ ନିର୍ମାତା  କାସ୍‌ପରକି ପକ୍ଷରୁ ଏହା କୁହାଯାଇଛି। ଏହି ମାଲୱାର ଫୋନ୍‌କୁ ଆସିବାର ୨ ଦିନ ଭିତରେ ବ୍ୟାଟେରୀ ନଷ୍ଟ ହେବା ବା ଫାଟିବାର ସମ୍ଭାବନା ରହିଛି। ଋଷିଆର ସାଇବର ସୁରକ୍ଷ କମ୍ପାନୀ କାସ୍‌ପର ଲାବ ପକ୍ଷରୁ ଏହା କୁହାଯାଇଛି। ଲୋଏପି ଭାଇରସ୍‌ ଯୋଗୁଁ ଏହା ହେଉଛି।

ଫୋନ୍‌ରେ ଖରାପ ସାଇଟ୍‌ ଦେଖିଲେ କିମ୍ବା ଅନ୍ୟ କେତକ ୱେବସାଇଟର ଆଡ୍‌ ବା ବିଜ୍ଞାପନ ବ୍ୟାନରରେ ଏହା ରହିଥାଏ । ଭୁଲରେ ବି ଏହାକୁ ସ୍ପର୍ଶ ବା ଟଚ୍‌ ହୋଇଗଲେ ଫୋନକୁ ଏହା ନଷ୍ଟ କରିବା ଆରମ୍ଭ କରିଥାଏ।

ଭାଇରସ୍ ଆକ୍ରମଣ ରୋକିବା ପାଇଁ ସତର୍କତା

  • କେବଳ ଗୁଗୁଲ ସାର୍ଚିଫାଏଡ୍‌ ଷ୍ଟୋରର ଆପ୍‌ ଡାଉନ୍‌ଲୋଡ କରନ୍ତୁ
  • ଅଜଣା ସୋର୍ସ ବା ଅନ୍‌କ୍ନୋନ ସୋର୍ସରୁ କୌଣସି ଆପ୍‌ ଇନଷ୍ଟଲ କରନ୍ତୁ ନାହିଁ। ଏହା କରିଥିଲେ ଏହାକୁ ତୁରନ୍ତ ଡିସାବଲ୍‌ କରନ୍ତୁ ।
  • ଅଳ୍ପ ଆପ୍‌ ରହିଲେ ବି ଫୋନ୍‌ ପାଇଁ ଭଲ
  • ଫୋନ୍‌ରେ ଭଲ ଆଣ୍ଟି ଭାଇରସ୍‌ ଇନଷ୍ଟଲ କରନ୍ତୁ

Comment