ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଟ୍‌ ଏବଂ କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ରବିବାର ସକାଳେ ମିନି ମାରାଥନ୍ ଆୟୋଜନ କରାଯାଇଛି। ୩୦ଟି ଜିଲ୍ଲାର ୩୫ଟି ସହରରେ ଏହି ମାରାଥନ୍ ଆୟୋଜନ କରାଯାଇଛି। ଭୁବନେଶ୍ବର ସ୍ୟାଣ୍ଡି ଟାଓ୍ବାରରୁ କିଟ୍ ଷ୍ଟାଡିୟମ ପର୍ଯ୍ୟନ୍ତ ମିନି ମାରାଥନ୍ ହୋଇଥିଲା।

୩୫ଟି ସହରରେ ଅନୁଷ୍ଠିତ ମିନି ମାରାଥନରେ ପ୍ରାୟ ୭୫ ହଜାର ଲୋକ ସାମିଲ୍ ହୋଇଥିଲେ। ଭୁବନେଶ୍ୱରରେ ହୋଇଥିବା ମିନି ମାରାଥନରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି, ବିଧାୟକ ପ୍ରିୟଦର୍ଶି ମିଶ୍ର, ଅଭିନେତା ସବ୍ୟସାଚୀ ମିଶ୍ର, କ୍ରୀଡ଼ାବିତ୍ ଦୂତି ଚାନ୍ଦ, ଅନୁରାଧା ବିଶ୍ୱାଳ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଶ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକ ସାମିଲ ହୋଇଥିଲେ।

Comment