ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୀଡ଼ିତା ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି
  • ଏଚ୍‌ଆର୍‌ପିସି ଏଡିଜି ଏବଂ କୋରାପୁଟ ଏସ୍‌ପିଙ୍କ ବରଖାସ୍ତ ଦାବି
  • କୁନ୍ଦୁଲି ଗଲା କ୍ରାଇମବ୍ରାଞ୍ଚ ଟିମ୍‌
  • ବିଜେଡି କହିଲା ଅଯଥା ରାଜନୀତି

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାକୁ ୭ ଦିନ ପୂରିଲାଣି। ହେଲେ ଏହି ଘଟଣାକୁ ନେଇ ରାଜନୀତି ଥମୁନି। କୁନ୍ଦୁଲି ଘଟଣାକୁ ନେଇ ସାରା ରାଜ୍ୟରେ ବିଜେପି ନିଆଁ ଜାଳିବା ପରେ ସୋମବାର ରାଜ୍ୟ ମାନବାଧିକାର କମିଶନଙ୍କୁ ଭେଟି ଫେରାଦ ହୋଇଛି।

ପୀଡ଼ିତାଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଦେବାକୁ ବିଜେପି ଦାବି କରିଛି। ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପ ଏବଂ କୋରାପୁଟ ଏସ୍‌ପି କନଓ୍ବର ବିଶାଲ ସିଂ ପ୍ରମାଣ ନଷ୍ଟ କରିଥିବାରୁ ସେମାନଙ୍କୁ ବରଖାସ୍ତ କରିବାକୁ ଦାବି କରିଛି ବିଜେପି।

ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, “ପୀଡ଼ିତା ପରିବାରକୁ କ୍ଷତିପୂରଣ ଦିଆଯିବା ଦରକାର। ପୀଡ଼ିତାଙ୍କୁ ଉପଯୁକ୍ତ ନ୍ୟାୟ ଦେଇପାରି ନଥିବାରୁ କୋରାପୁଟ ଏସ୍‌ପି ଏବଂ ଏଚ୍‌ଆର୍‌ପିସି ଏଡିଜିଙ୍କୁ ବରଖାସ୍ତ କରାଯାଉ।”

ବିଜେପିର ଏହି ଦାବିକୁ ଆକ୍ଷେପ କରିଛି ବିଜେଡି। ବିଜେଡି କହିଛନ୍ତି ବିଜେପି ତାର ଦାବିକୁ ନେଇ ଦ୍ୱନ୍ଦ୍ବରେ ପଡ଼ିଛି।

ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ କହିଛନ୍ତି, “କୁନ୍ଦୁଲି ଘଟଣାର ଯଦି ସିବିଆଇ ତଦନ୍ତ କରିବାକୁ ବିଜେପି ଚାହୁଁଛି ତାହେଲେ ସେମାନେ କେନ୍ଦ୍ର ସରକାରଙ୍କୁ କହି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରନ୍ତୁ। ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣାକୁ ଟାଣି ଅଯଥା ରାଜନୀତି କରୁଛି।”

ଏପଟେ କୁନ୍ଦୁଲି ପୀଡ଼ିତାଙ୍କ  ଆତ୍ମହତ୍ୟାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ସୋମବାର କୋରାପୁଟ ଗସ୍ତ କରିଛନ୍ତି। ଡିଏସ୍‌ପି ପାହ୍ୟାର ଜଣେ ଅଫିସରଙ୍କ ନେତୃତ୍ୱରେ ତଦନ୍ତ ହେବ।

LEAVE A REPLY

Please enter your comment!
Please enter your name here