ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକଦିବସୀୟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ୬ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବ୍ରୁଆରି ୧ ତାରିଖ ଦିନ ଡର୍ବାନ୍‌ରେ ଖେଳାଯିବ।

ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ଆରମ୍ଭ ହେବା ପୂର୍ବରୁ ଦୁଇଦଳଙ୍କ ପାଇଁ ଅଗ୍ନୀପରୀକ୍ଷା ସଦୃଶ ହେବ। ବିଶ୍ଵର ନଂ-୧ ଓ ନଂ-୨ ଦଳ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି।

ଟେଷ୍ଟ୍ ସିରିଜ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ୨-୧ରେ ପରାସ୍ତ ହେବା ପରେ ଭାରତ ପାଇଁ ଏକଦିବସୀୟ ସିରିଜ୍ ଗୁରୁତ୍ଵପୁର୍ଣ୍ଣ ହେଇଛି। ବିରାଟ କୋହଲିଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଏକଦିବସୀୟ ମ୍ୟାଚ୍‌ରେ ବେଶ୍ ଶକ୍ତିଶାଳୀ। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଉପସ୍ଥିତି ବିରାଟଙ୍କ ପାଇଁ ଲାଭପ୍ରଦ ହେବ ବୋଲି କହିଛନ୍ତି କୋଚ୍ ରବି ଶାସ୍ତ୍ରୀ।

ସେହିପରି ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ଭଳି ଶକ୍ତିଶାଳୀ ଦଳ ବିରୋଧରେ ବାଜିମାତ୍ କରିବାକୁ ପୁରା ପ୍ରସ୍ତୁତ।

ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜ୍ ଆରମ୍ଭ ହେବା ପୂର୍ବରୁ ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗ୍ ତାଲିକା ପ୍ରକାଶ ପାଇଛି।

୬ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଯଦି ଭାରତ ୪-୨ରେ ଜିତେ; ତେବେ ଦଳ ୧ନଂ ଦିନିକିଆ ଦଳ ହେବ। ବର୍ତ୍ତମାନ ଦିନିକିଆ ମାନ୍ୟତାରେ ଭାରତ ୨ନଂ ସ୍ଥାନରେ ଥିବା ବେଳେ ଦକ୍ଷିଣ ଆଫ୍ରିକା ୧ ନଂ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ୧ନଂ ସ୍ଥାନ ବଜାୟ ରଖିବାକୁ ହେଲେ ଦକ୍ଷିଣ ଆଫ୍ରିକାକୁ ସିରିଜ୍‌ ଅମୀମାସିଂତ ରଖିବାକୁ ପଡ଼ିବ।

ଆଇସିସି ଦିନିକିଆ ବ୍ୟାଟସମ୍ୟାନ୍‌ ମାନ୍ୟତାରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ୮୭୬ ପଏଣ୍ଟ ସହ ୧ମ, ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ ୮୭୨ ପଏଣ୍ଟ ସହ ୨ୟ, ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ୮୨୩ ପଏଣ୍ଟ ସହ ୩ୟ, ଭାରତର ରୋହିତ ଶର୍ମା ୮୧୬ ପଏଣ୍ଟ ସହ ୪ର୍ଥ ଓ ପାକିସ୍ତାନର ବାବର ଆଜମ୍‌ ୮୧୩ ପଏଣ୍ଟ ସହ ୫ମ ସ୍ଥାନରେ ଅଛନ୍ତି। ମହେନ୍ଦ୍ର ସିଂ ଧୋନି ଗୋଟିଏ ସ୍ଥାନ ତଳକୁ ଖସି ୧୩ନଂରେ ରହିଥିବା ବେଳେ ଶିଖର ଧାୱନ୍‌ ୧୪ନଂରେ ଅଛନ୍ତି।

ବୋଲର ମାନ୍ୟତାରେ ଦକ୍ଷିଣ ଆଫି୍ରକାର ଇମ୍ରାନ୍‌ ତାହିର୍‌ ୭୪୩ ପଏଣ୍ଟ ସହ ୧ମ, ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍‌ଟ ୭୨୯ ପଏଣ୍ଟ ସହ ୨ୟ ଓ ଭାରତର ଯଶପ୍ରୀତ୍‌ ବୁମରା ୭୨୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି। ସେହିପରି ବାମହାତୀ ସ୍ପିନର ଅକ୍ଷର ପଟେଲ୍‌ ମାନ୍ୟତାର ୧୦ମ ସ୍ଥାନରେ ଅଛନ୍ତ।

ଶ୍ରେଷ୍ଠ ଦିନିକିଆ ଅଲରାଉଣ୍ଡର ତାଲିକାରେ ଜଣେ ହେଲେ ଭାରତୀୟ ନାହାନ୍ତି। ବାଂଲାଦେଶର ସାକିବୁଲ ହସନ୍‌ ୧ନଂରେ ଥିବା ବେଳେ ପାକିସ୍ତାନର ମହମ୍ମଦ ହାଫିଜ୍‌ ୨ୟ ଓ ଆଫଗାନିସ୍ତାନର ମହମ୍ମଦ ନବି ତୃତୀୟ ସ୍ଥାନରେ ଅଛନ୍ତି।

ଦଳଗତ ମାନ୍ୟତାରେ ଇଂଲଣ୍ଡ ୧୧୬ ପଏଣ୍ଟ ସହ ୩ୟ, ନ୍ୟୁଜିଲାଣ୍ଡ ୧୧୫ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୫ମ ସ୍ଥାନରେ ରହିଛି।

କଂଗେସ ବିଧାୟକ ଯୋଗେଶ ସିଂହଙ୍କ ବିଧାୟକ ପଦ ରଦ୍ଦ କଲେ ହାଇକୋର୍ଟ

Comment