ଓଡ଼ିଶାଲାଇଭ୍ ବ୍ୟୁରୋ

୧୪ ବର୍ଷ ବୟସର ତାନିସ୍କ ଗାଭାଟେ କ୍ରିକେଟ୍‌ରେ ରଚିଛନ୍ତି ନୂଆ ଇତିହାସ। ଗୋଟିଏ ଇନିଂସରେ ୫୧୫ଟି ବଲ୍‌ର ସମ୍ମୁଖୀନ ହୋଇ କରିଛନ୍ତି ୧,୦୪୫ ରନ୍‌।

ମୁମ୍ବାଇ ନିକଟରେ ଖେଳାଯାଇଥିବା ଏକ ସ୍ଥାନୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜଣେ ୧୪ ବର୍ଷୀୟ ଛାତ୍ର ୧,୦୪୫ ରନ କରି ଅପରାଜିତ ରହିଛନ୍ତି।

ଯଶବନ୍ତରାଓ ଇଂଲିଶ ମିଡିୟମ ଗ୍ରାଉଣ୍ଡରେ ଖେଳାଯାଇଥିବା ଟୁର୍ନାମେଣ୍ଟର ସେମିଫାଇନାଲରେ ତାନିସ୍କ ଗାଭାଟେ ନାମଧାରୀ ଏହି ବାଳକ ଦୁଇ ଦିନରୁ ଅଧିକ ସମୟ ଧରି ବ୍ୟାଟିଂ କରିଥିଲେ। ତାଙ୍କ କୋଚ୍‌ ମନିଷ ମଙ୍ଗଳବାର ଏହା ପ୍ରକାଶ କରିଛନ୍ତି।

ଏହି ପାଳିରେ ୫୧୫ଟି ବଲ୍‌ର ସମ୍ମୁଖୀନ ହୋଇ କରିଛନ୍ତି ୧,୦୪୫ ରନ୍‌। ଏଥିରେ ସାମିଲ ଥିଲା ୬୭ ଛକା ଓ ୧୪୪ ଚୌକା।

ଗାଭାଟେ ଯେଉଁ ଗ୍ରାଉଣ୍ଡରେ ଖେଳୁଥିଲେ ତାହାର ଲେଗ୍‌ ସାଇଡ୍‌ ବାଉଣ୍ଡ୍ରି ୬୦-୬୫ ୟାର୍ଡ ଏବଂ ଅଫ୍‌ ସାଇଡ୍‌ ବାଉଣ୍ଡ୍ରି ୫୦ ୟାର୍ଡ ରହିଥିଲା। ଏହି ବିଶାଳ ଇନିଂସରେ ସେ ୧୪୯ଟି ବ୍ରାଉଣ୍ଡ୍ରି ଓ ୬୭ ଛକା ମାରିଥିଲେ।

ମନିଷଙ୍କ କହିବା ଅନୁସାରେ ଗାଭାଟେ ଯଶବନ୍ତରାଓ ଚଭନ ଟିମ୍‌ ତରଫରୁ ଖେଳୁଥିଲେ। ଆୟୋଜକଙ୍କ ତରଫରୁ ଏହି ଦଳ ଗଠନ କରାଯାଇଥିଲା।

ମ୍ୟାଚଟି ଯଶବନ୍ତରାଓ ଇଂଲିଶ ମିଡିୟମ ସ୍କୁଲ ବିପକ୍ଷରେ ଖେଳାଯାଇଥିଲା। ଅନ୍ୟପକ୍ଷରେ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମସିଏ)ର ଜଣେ ସିନିୟର ଅଫିସିଆଲ କହିଛନ୍ତି ଏହି ୧୪ ବର୍ଷରୁ କମ୍‌ ନବି ମୁମ୍ବାଇ ଶିଲ୍‌ଡ ଟୁର୍ଣ୍ଣାମେଣ୍ଟ ଏମସିଏର ସ୍ଵୀକୃତି ଲାଭ କରିନାହିଁ।

ଏଣେ କୋଚ୍‌ ମନିଷ କହିଛନ୍ତି, ଟୁର୍ଣ୍ଣାମେଣ୍ଟରେ ଲେଦର ବଲ୍‌ ବ୍ୟବହାର କରାଯାଉଥିଲା। ବୋଲରମାନେ ଓଭର ଆର୍ମ ବୋଲିଂ କରୁଥିଲେ।

 

Comment