ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ୍ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଅନେକ କାରଣରୁ ଖାସ୍ ହେବାକୁ ଯାଉଛି।

ଚଳିତବର୍ଷ ଆଇପିଏଲ୍‌ର ୧୧ତମ ସଂସ୍କରଣ ୭ ଏପ୍ରିଲ୍‌ରୁ ଆରମ୍ଭ ହୋଇ ୨୭ ମେ ପର୍ଯ୍ୟନ୍ତ ଚାଲିବ। ଏହାର ଉଦ୍‌ଘାଟନ ସମାରୋହ ୬ ଏପ୍ରିଲ୍‌କୁ ମୁମ୍ବାଇରେ ହେବ। ଏହି ସମାରୋହକୁ ଭବ୍ୟ କରିବା ପାଇଁ ସ୍ଵତନ୍ତ୍ର ଆୟୋଜନର ବ୍ୟବସ୍ଥା କରାଯାଇଛି।

ଆସନ୍ତୁ ଜାଣିବା ଏଥର ଆଇପିଲ୍‌ରେ କ’ଣ ରହିଛି ମୁଖ୍ୟ ଆକର୍ଷଣ..

ଗୋଟିଏ ଉଦ୍‌ଘାଟନୀ ଉତ୍ସବ

ଗତଥର ଅପେକ୍ଷା ଏଥର ଆଇପିଏଲ୍ ବ୍ୟାପକ ହେବ ବୋଲି କହିଛନ୍ତି ଆଇପିଏଲ୍‌ ଚେୟାର୍‌ମ୍ୟାନ୍‌ ରାଜୀବ୍‌ ଶୁକ୍ଲା। ଗତଥର ଉଦ୍‌ଘାଟନ ଉତ୍ସବ ଦୁଇଥର ପାଳନ କରାଯାଇଥିଲାବେଳେ ଏଥର ଗୋଟିଏ ଥର ଆୟୋଜନ ରଙ୍ଗାରଙ୍ଗ ଭାବେ କରାଯିବ। ଏଥିରେ ଅନ୍ତର୍ଜାତୀୟ ସ୍ତରର କଳାକାର ଭାଗନେବେ। ବଲିଉଡରୁ ଆରମ୍ଭ କରି ହଲିଉଡ କଳାକାର ଉଦ୍‌ଘାଟନ ସମାରୋହରେ ଭାଗ ନେବେ।

ମ୍ୟାଚ୍‌ ସମୟରେ ପରିବର୍ତ୍ତନ

ପୂର୍ବରୁ ଆଇପିଏଲ୍ ମ୍ୟାଚ୍‌ ଯେଉଁ ସମୟରେ ଆରମ୍ଭ କରାଯାଉଥିଲା। ଏଥର ସେ ସମୟରେ ପରିବର୍ତ୍ତନ ହୋଇଛି।

୪ଟା ଆରମ୍ଭ ହେଉଥିବା ମ୍ୟାଚ୍‌ ଗୁଡିକ ସନ୍ଧ୍ୟା ୫ଟାରେ ହେବ। ସେହିପରି ୮ଟାରେ ଅନୁଷ୍ଠିତ ହେଉଥିବା ମ୍ୟାଚ୍‌ଗୁଡିକ ୭ଟାରେ ଆରମ୍ଭ ହେବ।

ଆଇପିଏଲ୍‌ ପ୍ରସାରଣ ୧୨ଟି ଚ୍ୟାନେଲ୍‌ରେ ହେବ

ଏଥର ଆଇପିଏଲ୍‌ ପ୍ରସାରଣ ୧୨ଟି ଚ୍ୟାନେଲ୍‌ରେ ହେବ। ଇଂରାଜୀ କମେଣ୍ଟ୍ରି ଛଡା ହିନ୍ଦୀ, ବାଲାଂ, ତାମିଲ୍, ତେଲୁଗୁ ୪ଟି ଭାଷାରେ ପ୍ରସାରଣ କରାଯିବ। ପୂର୍ବରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଆପିଲଏଲ୍‌ର ପ୍ରସାରଣ କରାଯାଉନଥିଲା। ଏଥର କିନ୍ତୁ ଏହି ଦୁଇଟି ଦେଶରେ ପ୍ରସାରଣ ହେବ।

ବିଦେଶରେ ହେବ ଫ୍ୟାନ୍‌ ପାର୍କ

ଏଥର ଆଇପିଏଲ୍ ଦେଶ ଛଡା ବିଦେଶରେ ମଧ୍ୟ ଫ୍ୟାନ୍ ପାର୍କ ନିର୍ମାଣ ପାଇଁ ବନ୍ଦୋବସ୍ତ କରାଯାଉଛି। ଏଥର ଭାରତରେ ୩୬ଟି ଫ୍ୟାନ୍ ପାର୍କ ନିର୍ମାଣ କରାଯିବ। ଏହାଛଡା ବିଦେଶ ଯଥା ସିଙ୍ଗାପୁର, ଦୁବାଇ, ଆମେରିକା, ସମେତ ଅନେକ ସ୍ଥାନରେ ଫ୍ୟାନ୍ ପାର୍କ ନିର୍ମାଣର ଯୋଜନା ରହିଛି।

 

Comment