ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଶଂସକଙ୍କ ପାଇଁ ଖୁସି ଖବର ନେଇ ଆସୁଛନ୍ତି କମେଡି କିଙ୍ଗ୍ କପିଲ୍‌ ଶର୍ମା। ‘ଫ୍ୟାମିଲ ୱିଥ କପିଲ ଶର୍ମା’ ନାମକ ଏକ ନୂଆ ସୋ’ ସହ ଦର୍ଶକଙ୍କୁ ଆଉ ଥରେ ଭେଟି ଦେବାକୁ ଯାଉଛନ୍ତି କମେଡି ତଡ୍‌କା।

ଘରେ ଘରେ ପରିଚିତ ହୋଇଥିବା କମେଡ଼ି କିଙ୍ଗ୍ କପିଲ ଶର୍ମାଙ୍କ କମେଡି ସୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ‘ଫ୍ୟାମିଲ ୱିଥ କପିଲ ଶର୍ମା’ ନାମକ ଏକ ନୂଆ ସୋ’ ନେଇ ଆସୁଛନ୍ତି କପିଲ୍।

ଏଥର ତାଙ୍କ ସହ ତାଙ୍କର ସାଥୀ କଳାକାର କିକୁ ଶାରଦା, ଚନ୍ଦନ ପ୍ରଭାକର ଏବଂ ସୁମୋନା ଚକ୍ରବର୍ତ୍ତୀ କମେଡି କରୁଥିବାର ନଜର ଆସିବେ। ନିକଟରେ ଏହି ସୋ’ର ପ୍ରୋମୋ ପ୍ରସାରଣ ହୋଇଛି।

ଦିଲ୍ଲୀ ସାଧାରଣ ଯାତ୍ରୀ ଭାବେ ଅଟୋରେ ବସି ନିଜ ସୋ’ର ପ୍ରମୋଶନ କରିଛନ୍ତି କପିଲ୍। ଏଥର କମେଡିରେ କିଛିଟା ପରବର୍ତ୍ତନ ଦେଖାଯିବ ବୋଲି କହିଛନ୍ତି କପିଲ୍।

ଛୋଟ ପରଦାର ଲୋକପ୍ରିୟ କମେଡ଼ି ଧାରାବାହିକ କପିଲ ଶର୍ମା ସୋ’ କିଛିଦିନ ତଳେ ବିଭିନ୍ନ କାରଣରୁ ବନ୍ଦ ହୋଇଯାଇଥିଲା। ସୋ’ର ଅନ୍ୟତମ ମୁଖ୍ୟ କଳାକାର ସୁନୀଲ ଗ୍ରୋଭରଙ୍କ ସହ କପିଲଙ୍କ ଝଗଡା ହେବା କାରଣରୁ କପିଲ୍‌ ବିବାଦରେ ଥିଲେ।

ଏହାସହ ସୁଟିଂ ସେଟ୍‌କୁ ବିଳମ୍ବରେ ଆସିବା ସହ ଅତ୍ୟାଧିକ ମଦ୍ୟପାନ ଅଭିଯୋଗ ମଧ୍ୟ ଉଠିଥିଲା କପିଲଙ୍କ ନାଁ’ରେ। କପିଲ୍ ମଧ୍ୟ ଚଳଚ୍ଚିତ୍ର ପାଇଁ ବ୍ୟସ୍ତ ଥିଲେ। ଏଥିପାଇଁ ଚ୍ୟାନେଲ୍‌ କର୍ତ୍ତୃପକ୍ଷ ସୋ’କୁ ବନ୍ଦ କରିଦେଇଥିଲେ।

ମାର୍ଚ୍ଚ ଶେଷ ଆଡକୁ ସୋନୀ ଟିଭିରେ ପ୍ରସାରିତ ହେବ ‘ଫ୍ୟାମିଲ ୱିଥ କପିଲ ଶର୍ମା’ ସୋ’।

Comment