ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ପ୍ରମୁଖ ତଥା ପୂର୍ବତନ କ୍ରିକେଟର୍‌ ଇମ୍ରାନ ଖାନ୍‌ ପୁଣିଥରେ ବିବାହ କରିଛନ୍ତି। 

ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ରାଜନେତା ଇମ୍ରାନ ଖାନ ତୃତୀୟ ବିବାହ କରିଛନ୍ତି।

ପାକିସ୍ତାନ ତହରିକ-ଏ-ଇନସାଫ ଦଳ ମୁଖ୍ୟ ଇମ୍ରାନଙ୍କ ତୃତୀୟ ବିବାହ ନେଇ ଗତ କିଛି ଦିନ ହେଲା ବହୁତ ଚର୍ଚ୍ଚା ହୋଇଆସୁଥିଲା।

ରବିବାର ରାତିରେ ପିଟିଆଇର ଅଫିସିଆଲ ଟୁଇଟର୍‌ ଆକାଉଣ୍ଟରେ ଇମ୍ରାନ ନିଜ ବିବାହ ବେଳର କିଛି ଫଟୋ ସେୟାର କରିଛନ୍ତି। ଇମ୍ରାନ ବୁଶରା ମେନକାଙ୍କୁ ବିବାହ କରିଛନ୍ତି।

ବୁଶରା ମେନକା ପାକିସ୍ତାନରେ ଏକ ଧାର୍ମିକ ଅନୁଷ୍ଠାନ ସହ ଜଡ଼ିତ ଅଛନ୍ତି। ଧାର୍ମିକ ମାମଲାରେ ବୁଶରା ଇମ୍ରାନଙ୍କ ପରାମର୍ଶଦାତା ଥିଲେ। କିଛିଦିନ ପୂର୍ବରୁ ଇମ୍ରାନ ମେନକାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ। ଏଥିପାଇଁ କିଛି ସମୟ ମାଗିଥିଲେ ମେନକା। ସେ ରାଜି ହେବା ପରେ ଦୁଇ ପରିବାରଙ୍କ ସହମତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

ଇମ୍ରାନ ୧୯୯୫ରେ ବ୍ରିଟିଶ ସାମ୍ବାଦିକ ଜେମିମା ଗୋଲ୍ଡସ୍ମିଥଙ୍କୁ ପ୍ରଥମ ବିବାହ କରିଥିଲେ। ଜେମିମା ୯ ବର୍ଷ କାଳ ବିବାହ ବନ୍ଧନରେ ରହିବା ପରେ ୨୦୦୪ରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା।

୨୦୧୫ରେ ଇମ୍ରାନ ଟିଭି ଉପସ୍ଥାପିକା ରେହମ ଖାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ତେବେ ଏହି ସମ୍ପର୍କ ମାତ୍ର ୧୦ ମାସ ତିଷ୍ଠି ପାରିଥିଲା। ରେହମ ଖାନ୍‌ଙ୍କ ବିରୋଧରେ ହତ୍ୟାର ଅଭିଯୋଗ ଲଗାଇଥିଲେ ଇମ୍ରାନ। ରେହମ ଇମ୍ରାନଙ୍କୁ ଖାଦ୍ୟରେ ବିଷ ଦେଇ ହତ୍ୟା ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ଉଠିଥିଲା।  ଫଳରେ ଇମ୍ରାନ ଓ ରେହମଙ୍କ ବିବାହ ବେଶୀ ଦିନ ତିଷ୍ଠି ପାରିନଥିଲା।

 

LEAVE A REPLY

Please enter your comment!
Please enter your name here