ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋସିଆଲ ମିଡିଆ ଫେସ୍‌ବୁକ୍‌ ଉପରେ ଲାଗିଛି ସାଂଘାତିକ ଅଭିଯୋଗ। ଡାଟା ଚୋରି ଅଭିଯୋଗରେ ଫେସବୁକ୍‌ ଉପରେ ହଜାରେ କୋଟି ଟଙ୍କା ଜରିମାନା ଲାଗିଛି।

ସୋସିଆଲ୍‌ ମିଡିଆ କିଙ୍ଗ୍ ଫେସ୍‌ବୁକ୍‌ ବିରୋଧରେ ଗୁରୁତର ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ବେଲଜିୟମର ଏକ କୋର୍ଟ। ଫେସବୁକ୍‌ ବ୍ୟବହାରକାରୀଙ୍କ ଗୋପନୀୟ ତଥ୍ୟ ଉଲ୍ଲଘଂନ ଅଭିଯୋଗରେ ଫେସବୁକ୍‌ ଉପରେ ହଜାରେ କୋଟି ଟଙ୍କାର ଜରିମାନା ଲାଗିଛି।

କୋର୍ଟ କହିଛନ୍ତି, “ଯଦି ଫେସବୁକ୍ ପୂର୍ବଭଳି ଲଗାତାର ପ୍ରାଇଭେସି ଆଇନ୍‌ ଉଲ୍ଲଘଂନ କରି ଥାର୍ଡ ପାର୍ଟି ୱେସାଇଟ୍‌କୁ ଟ୍ରାକ୍ କରେ ତେବେ ପ୍ରତିଦିନ ଫେସବୁକ ଉପରେ ଜରିମାନା ଲାଗିବ।“

ବେଲଜିୟମ୍‌ କୋର୍ଟ ଫେସବୁକ ୟୁଜର୍ସଙ୍କ ଡାଟା ଚୋରି କରିବାକୁ ମନା କରିଛି। ଯଦି ଆଗକୁ ଏପରି ଜାରି ରଖେ ତେବେ ପ୍ରତିଦିନ ୨ ଲକ୍ଷ ୫୦ହଜାର ୟୂରୋ ଜରିମାନା କମ୍ପାନିକୁ ଦେବାକୁ ପଡ଼ିବ।

କୋର୍ଟ କହିଛନ୍ତି, “ଫେସ୍‌ବୁକ୍ ବ୍ୟବହାରକାରୀଙ୍କ ଡାଟା ସଂଗ୍ରହ କରିବାର ସମ୍ପୂର୍ଣ୍ଣ ବିବରଣୀ ବେଲଜିୟମ୍‌ କମିଶନ ଫର୍‌ ଦ ପ୍ରୋଟେକସନ୍‌ ପ୍ରାଇଭେସିକୁ ଦେଉନାହିଁ। ଯୁଜର୍ସଙ୍କ ବିନା ଅନୁମତିରେ ବାଓଡାଟା ଷ୍ଟୋର୍‌ କରୁଛି ଫେସବୁକ୍। ବିଜ୍ଞାପନ ଓ ୟୁଜର୍ସ ଅନୂଭୂତିକୁ ଆହୁରି ଶାଣିତ କରିବା ପାଇଁ ଦ୍ଵିତୀୟ ୱେସାଇଟ୍‌(ଫେସବୁକର ବ୍ଲଗ୍‌ ଇନ୍ସ)ରୁ ୟୁଜର୍ସ ଡାଟା ଟ୍ରାକ୍‌ କରୁଛି।“

କୋର୍ଟ ଆଦେଶ ଦେଇଛନ୍ତି ଯେ ଫେସବୁକ ବେଲଜିୟମ୍ ନାଗରିକଙ୍କ ଯେତେକ ଡାଟା ଅବୈଧ ଭାବରେ ଷ୍ଟୋର ରଖିଛି ତାହା ହଟାଯାଉ। କାରଣ ଯେଉଁମାନେ ସୋସିଆଲ୍‌ ନେଟୱାର୍କ ବ୍ୟବହାର କରିନାହାନ୍ତି ସେମାନଙ୍କ ଡାଟା ମଧ୍ୟ ଏହି ଷ୍ଟୋରରେ ଉପଲବ୍ଧ ରହିଛି।

ଫେସବୁକ ପବ୍ଲିକ୍‌ ପଲିସିର ଉପ-ସଭାପତି ରିଚାର୍ଡ ଏଲେନ୍‌ କହିଛନ୍ତି, “କମ୍ପାନି କୋର୍ଟର ଫଇସଲାରେ ନିରାଶ ଅଛି। ଏହା ବିରୋଧରେ ଅପିଲ୍ କରିବ।“

ଦୀର୍ଘ ଦିନ ଧରି ବେଲଜିୟମ୍‌ କମିଶନ ଫର୍‌ ଦ ପ୍ରୋଟେକସନ୍‌ ପ୍ରାଇଭେସି ଓ ଫେସବୁକ୍ ମଧ୍ୟରେ ଚାଲିଥିବା ବିବାଦରୁ ଏହି ଫଇସଲା ନିଆଯାଇଛି।

Comment