ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ ଅପେକ୍ଷା ୱିକେଟ୍ କିପିଂରେ ନିଜ ଜଲୱା ଅଧିକ ଦେଖାଇଛନ୍ତି।

ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଦିନିକିଆ ଓ ଟି-୨୦ କ୍ରିକେଟରେ ଧ୍ୟାନ ଦେଉଛନ୍ତି ଭାରତୀୟ ଦଳର ୱିକେଟକିପର୍‌ ଓ ବ୍ୟାଟ୍ସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନୀ।

ଚଳିତବର୍ଷ ଦକ୍ଷିଣ ଆଫ୍ରିକା ଗସ୍ତରେ ବ୍ୟାଟିଂରେ ଧୋନି ସେତେଟା ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ୱିକେଟ୍ ପଛରେ ନିଜ ଜଲୱା ଦେଖାଇଛନ୍ତି। ଶ୍ରୀଲଙ୍କାର ପୂର୍ବତନ ୱିକେଟକିପର ବ୍ୟାଟ୍ସମ୍ୟାନ୍‌ କୁମାର ସାଙ୍ଗାକାରାଙ୍କୁ ପଛରେ ପକାଇ ୩୬ବର୍ଷୀୟ ମହେନ୍ଦ୍ର ସିଂହ ଧୋନି ଏକ ବଡ ଉପଲବ୍ଧି ହାସଲ କରିଛନ୍ତି।

ଦକ୍ଷିଶ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଧୋନି ରେଜା ହ୍ୟାଣ୍ଡିକ୍ସଙ୍କ କ୍ୟାଚ୍ ଧରି ଟି-୨୦ ମ୍ୟାଚ୍‌ରେ ୧୩୬ କ୍ୟାଚ୍‌ ପୂରଣ କରି କୁମାର ସାଙ୍ଗାକାରାଙ୍କ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି।

ଟି-୨୦ରେ ସର୍ବାଧିକ କ୍ୟାଚ୍‌ ନେଇଥିବା ୱିକେଟ୍‌କିପର୍‌ଙ୍କ ତାଲିକା

  • ମହେନ୍ଦ୍ର ସିଂହ ଧୋନି (ଭାରତ)(୨୦୦୬-୨୦୧୮), ୨୭୫ ମ୍ୟାଚ୍‌, ୨୬୨ ଇନିଂଶ, ୧୩୪ କ୍ୟାଚ୍‌
  • କୁମାର ସାଙ୍ଗାକାରା (ଶ୍ରୀଲଙ୍କା)(୨୦୦୪-୨୦୧୭), ୨୫୪ ମ୍ୟାଚ୍, ୧୯୪ ଇନିଂଶ, ୧୩୫ କ୍ୟାଚ୍‌
  • ଦିନେଶ କାର୍ତ୍ତିକ (ଭାରତ)(୨୦୦୬-୨୦୧୮), ୨୨୭ ମ୍ୟାଚ୍‌, ୧୯୬ ଇନିଂଶ, ୧୨୩ କ୍ୟାଚ୍‌
  • କମରନ୍‌ ଅକମଲ୍‌(ପାକିସ୍ତାନ) (୨୦୦୫-୨୦୧୭). ୨୧୧ ମ୍ୟାଚ୍‌, ୨୦୩ ଇନିଂଶ, ୧୧୫ କ୍ୟାଚ୍‌

Comment