ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଖେଇ ଆସୁଛି ହୋଲି। ଯଦି ଏହି ମଉକାରେ ଆପଣ କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣରେ ଯିବା ପାଇଁ ଯୋଜନା କରୁଛନ୍ତି। ତେବେ ଟ୍ରେନରେ ନୁହେଁ ବିମାନରେ ଯାତ୍ରା କରନ୍ତୁ।

ହୋଲିକୁ ନଜରରେ ରଖି କିଛି ଏୟାରଲାଇନ୍ସ ଖାସ୍‌ ଅଫର୍‌ ଦେବା ଆରମ୍ଭ କଲେଣି। ଆସନ୍ତୁ ଜାଣିବା କ’ଣ ରହିଛି ହୋଲି ପାଇଁ ବିମାନ ଭଡ଼ା ଅଫର୍‌।

ଗୋଏୟାର୍‌ ଏୟାରଲାଇନ୍ସ

ଗୋଏୟାର୍‌ ଏୟାରଲାଇନ୍ସ ‘ହୋଲି ସ୍ପେଶାଲ୍‌ ୱିକେଣ୍ଡ୍’ ସ୍କିମ୍‌ ଆରମ୍ଭ କରିଛି। ଏହି ସ୍କିମ୍‌ ଅନୁଯାୟୀ ବିଭିନ୍ନ ଅଫର୍‌ ଗ୍ରାହକଙ୍କୁ ଯୋଗାଇଦେବାକୁ ଯାଉଛି। ଏହି ଅଫର୍‌ ମଧ୍ୟରେ ସାମିଲ ଅଛି ୯୯୧ଟଙ୍କା ଅଫର୍। କିଛି ସୀମିତ ସହର ମଧ୍ୟରେ ଯାତ୍ରା ପାଇଁ ଏହି ଅଫର୍‌ ଉବଲବ୍ଧ ରହିଛି।

କେବଳ ଏତିକି ନୁହେଁ ଏଥିରେ ୧୦ ପ୍ରତିଶତ କ୍ୟାସ୍‌ବ୍ୟାକ୍‌ ମଧ୍ୟ ମିଳିପାରିବ ବୋଲି ଜଣାପଡ଼ିଛି।

ଏଚଡିଏଫସି କାର୍ଡରେ ବୁକିଂ କଲେ ଏହି ସୁବିଧା ପାଇପାରିବେ। ଗୋଏୟାରର ୱେସାଇଟରେ ଏହି ଅଫର୍ ବାବଦରେ ସବିଶେଷ ବିବରଣୀ ଉପଲବ୍ଧ ରହିଛି।

ଏୟାର୍‌ ଏସିଆ

ଏୟାର ଏସିଆ ଘରୋଇ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ାରେ ୨୦ ପ୍ରତିଶତ ରିହାତି ଦେଉଛି। ଏହି ଅଫର୍‌ ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ମଧ୍ୟ ଲାଗୁ ହେବ। ଏହି ଅଫରର ବୈଧତା ୨୫ ଫେବ୍ରୁଆରି ପର୍ଯ୍ୟନ୍ତ ରହିଛି।

ଜେଟ୍ ଏୟାରୱେଜ୍

ଜେଟ୍‌ ଏୟାର୍‌ୱେଜ୍‌ ବି ଘରୋଇ ଉଡ଼ାଣ ଗୁଡ଼ିକ ପାଇଁ ୨୦ ପ୍ରତିଶତ ରିହାତି ଦେଉଛି। ଏହି ଅଫରଗୁଡିକ କେବଳ ପ୍ରିମିୟମ୍ ଓ ଇକୋନୋମି କ୍ଲାସର ଟିକଟଗୁଡିକ ପାଇଁ ଉପଲବ୍ଧ ରହିବ। ଏହି ଅଫର ୨୩ ଫେବ୍ରୁଆରି ପର୍ଯ୍ୟନ୍ତ ଉପଲବ୍ଧ ରହିଛି।

Comment