ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ୧ରୁ ବଢ଼ିବ କାର ଦାମ। ବଜେଟ୍‌ରେ ଦାମୀ କାର୍‌ଗୁଡ଼ିକର ସୀମା ଶୁଳ୍କ ବଢ଼ିଥିବାରୁ କମ୍ପାନି ପକ୍ଷରୁ ମଧ୍ୟ କାର୍ ମୂଲ୍ୟ ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି।

ଯଦି ନିକଟ ଭବିଷ୍ୟତରେ ସ୍କୋଡା କାର୍‌ କିଣିବାର ଯୋଜନାରେ ଅଛନ୍ତି। ତେବେ ଏହି ମାସ ଭିତରେ ହିଁ କିଣି ନିଅନ୍ତୁ।

ନଚେତ୍ ଆପଣଙ୍କୁ ୩୫ ହଜାରରୁ ଅଧିକ ଟଙ୍କା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। କାରଣ ମାର୍ଚ୍ଚ ୧ରୁ ସ୍କୋଡା କାର୍‌ ଦାମ୍‌ ମହଙ୍ଗା ହେବାକୁ ଯାଉଛି।

ଚେକଗଣରାଜ୍ୟର କମ୍ପାନି ସ୍କୋଡା ଅଟୋ ଇଣ୍ଡିଆ ଭାରତୀୟ ବଜାରରେ କାର୍‌ ମୂଲ୍ୟ ବୃଦ୍ଧି କରିବାକୁ ଯାଉଛି।

ବଜେଟ୍‌ରେ କାରର୍ ମୂଲ୍ୟ ବଢ଼ିଥିବା କାରଣରୁ କମ୍ପାନି ଏହି ନିଷ୍ପତ୍ତି ନେଇଛି।

ମାର୍ଚ୍ଚ ୧ରୁ ସ୍କୋଡା ଅଟୋ ଇଣ୍ଡିଆର ସବୁ ମଡେଲର କାର୍‌ର ଦାମ ୩୫ହଜାର ପର୍ଯ୍ୟନ୍ତ ବଢ଼ାଇ ଦିଆଯିବ।

ଚଳିତ ବର୍ଷ ଦ୍ଵିତୀୟଥର ପାଇଁ ସ୍କୋଡା ଭାରତୀୟ ବଜାରରେ ଦର ବୃଦ୍ଧି କରିଛି। ଗତ ଜାନୁଆରି ମାସରେ ମଧ୍ୟ କମ୍ପାନି କାର୍ ମୂଲ୍ୟ ବୃଦ୍ଧି କରିଥିଲା।

ଆର୍ଥିକ ସଂସ୍କାର ତଥା ବଜାର ସ୍ଥିତିର ବାହାନା ଦେଖାଇ ସ୍କୋଡା ସମେତ ଅନେକ କମ୍ପାନି କାର୍‌ ଦର୍‌ରେ ୨ରୁ ୩ ପ୍ରତିଶତ ବୃଦ୍ଧି କରିଥିଲେ।

LEAVE A REPLY

Please enter your comment!
Please enter your name here