ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଦଳର ବ୍ୟାଟ୍ସମ୍ୟାନ୍‌ ଚେତେଶ୍ଵର ପୂଜାରା କନ୍ୟା ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି।

ଭାରତୀୟ ଟେଷ୍ଟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ବାପା ହୋଇଛନ୍ତି। ତାଙ୍କ ପତ୍ନୀ ପୂଜା ପାୱରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।

ପୂଜାରା ନିଜ ଟୁଇଟର ଆକାଉଣ୍ଟରେ ନବଜାତ କନ୍ୟାର ଫଟୋ ସେୟାର କରିଛନ୍ତି।

ପୂଜାରା ଦିଲ୍ଲୀରେ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ୨୦୧୩ ଫେବୃୟାରୀ ୧୩ରେ ପୂଜାରା ଗୁଜରାଟର ପୂଜାଙ୍କୁ ବିବାହ କରିଥିଲେ।

କନ୍ୟା ସନ୍ତାନ ଜନ୍ମ ନେଇ ପୂଜାରା ଅଶେଷ ଖୁସିବ୍ୟକ୍ତ କରିଛନ୍ତି।

ଗତ ଡିସେମ୍ବରରେ ପୂଜାରା ସୋସିଆଲ ମିଡିଆରେ ନିଜ ପତ୍ନୀ ପୂଜା ଗର୍ଭବତୀ ଥିବାର ଏକ ଫଟୋ ସେୟାର କରିଥିଲେ।

Comment