ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ଭାରତୀୟ ମହିଳା ଭାବେ ସିନିୟର୍‌ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣପଦକ ଜିଣି ଭାରତୀୟ ମଲ୍ଲଯୋଦ୍ଧା ନବଜୋତ୍‌ କୌର୍‌ ଇତିହାସ ରଚିଛନ୍ତି।

କିର୍‌ଗିଜ୍‌ସ୍ଥାନର ବିସ୍‌କେକ୍‌ଠାରେ ଅନୁଷ୍ଠିତ ସିନିୟର୍‌ ଏସିଆନ୍‌ ଚାମ୍ପିଅନ୍‌ସିପ୍‌ରେ ୬୫ କିଲୋ ଫ୍ରି’ଷ୍ଟାଇଲ୍‌ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ମଲ୍ଲଯୋଦ୍ଧା ନବଜୋତ୍‌ କୌର୍।

ଶୁକ୍ରବାର ଦିନ ଜାପାନର ମିୟା ଇମାଇଙ୍କୁ ନବଜୋତ୍‌ ୯-୧ରେ ପରାସ୍ତ କରିଥିଲେ। ଏହି ଚାମ୍ପିଅନ୍‌ସିପ୍‌ରେ ଏହା ହେଉଛି ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ପ୍ରଥମ ଭାରତୀୟ ମହିଳା ଭାବେ ନବ୍‌ଜୋତ୍ ଏହି ଉପଲବ୍ଧି ହାସଲ କରିଛନ୍ତି।

ଏହି ଚାମ୍ପିଅନ୍‌ସିପ୍‌ରେ ଅଲମ୍ପିକ୍ ସ୍ଵର୍ଣ୍ଣ ବିଜେତା ଭାରତର ସାକ୍ଷୀ ମଲିକ ୬୨ କେଜି ଫ୍ରି’ଷ୍ଟାଇଲ୍‌ ବର୍ଗରେ କାଜାଖ୍‌ସ୍ତାନ୍‌ ଆୟାଉଲିମ୍‌ କାସିମୋଭାଙ୍କୁ ୧୦-୭ରେ ପରାସ୍ତ କରି କାଂସ୍ୟ ପଦକ ପାଇଥିଲେ।

ଏ ଦୁଇ ପଦକକୁ ମିଶାଇ ଭାରତର ପଦକ ସଂଖ୍ୟା ହେଲା ୬। ସେଥିରେ ରହିଛି ଗୋଟିଏ ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଚାରିଟି କାଂସ୍ୟ।

Comment