ଓଡ଼ିଶାଲାଇଭ୍‌ ବ୍ୟୁରୋ

କଲମ୍ବୋରେ ଧମାକାଦାର ଖେଳ ପ୍ରଦର୍ଶନ କରିଛି ଶ୍ରୀଲଙ୍କା ଟିମ୍। ଭାରତୀୟ ଦଳକୁ ୫ ୱିକେଟରେ ପରାଜିତ କରି ଟି-୨୦ ମ୍ୟାଚରେ ବିଜୟୀ ହୋଇଛି ଶ୍ରୀଲଙ୍କା।

ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୪ ରନ୍ କରିବାକୁ ସମର୍ଥ ହୋଇଥିଲେ ଭାରତୀୟ ଖେଳାଳି। ୧୭୫ ରନକୁ ଟାର୍ଗେଟ କରି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଶ୍ରୀଲଙ୍କା ଟିମ୍। ବିଜୟ ଲକ୍ଷ୍ୟରେ ସ୍କୋରକୁ ଆଗକୁ ବଢ଼ାଉଥିବା ଶ୍ରୀଲଙ୍କା ଟିମ୍‌ ୧୮.୩ ଓଭରରେ ୫ ୱିକେଟ ହରାଇ ୧୭୫ ରନ୍ ହାସଲ କରିଥିଲା।

ଶ୍ରୀଲଙ୍କାର କୁସଲ ପରେରା ୩୭ ବଲ୍‌ରେ ୬୬ ରନ୍ କରି ଦଳୀୟ ସ୍କୋରକୁ ମଜବୁତ କରିଥିଲେ। ଶେଷ ଓଭରରେ ଥିସ୍‌ରା ପରେରା ୨୨ ଏବଂ  ଦାସୁନ୍ ସନାକା ୧୯ ରନ୍ କରି ଟିମ୍‌କୁ ଜିତାଇଥିଲେ। ଭାରତୀୟ ଟିମ୍‌ର ଓ୍ବାସିଂଟନ୍ ସୁନ୍ଦର ଏବଂ ୟୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ୱିକେଟ ନେଇଥିଲେ।

ଟିମ୍‌ ଇଣ୍ଡିଆ ଶିଖର ଧାବନ ୪୯ ବଲ୍‌ରେ ୯୦ କରିଥିଲେ।

Comment