ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ ନମ୍ବର, ପାସ୍‌ପୋର୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌କୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏସବୁଥିରେ ଆଧଶଣ ଲିଙ୍କ୍‌ ଏବେ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ସବ୍‌ସିଡ୍ ଏବଂ ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାର ଲାଭ ପାଇବାକୁ ହେଲେ ଆଧାର ଲିଙ୍କ୍ କରିବାକୁ ପଡ଼ିବ।

ବିଭିନ୍ନ ସରକାରୀ ଏବଂ ଘରୋଇ ସେବା ଲାଗି ଆଧାର ଲିଙ୍କ୍ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ କି ନୁହେଁ ତାହାର ରାୟ ଆସିବା ପର୍ଯ୍ୟନ୍ତ ବ୍ୟାଙ୍କ ଓ ମୋବାଇଲରେ ଆଧାର ଲିଙ୍କ୍ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମୋବାଇଲ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ୍‌ର ଶେଷ ତାରିଖ ମାର୍ଚ୍ଚ ୩୧କୁ ଧାର୍ଯ୍ୟ କରାଯାଇଥିଲା। ତେବେ ଆଜିର ରାୟ ପରେ ସୁପ୍ରିମକୋର୍ଟ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ଆଧାର ଲିଙ୍କ୍‌କୁ ନେଇ ସୁପ୍ରିମକୋର୍ଟରେ ବହୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସୁପ୍ରିମକୋର୍ଟର ଏକ ଖଣ୍ଡପୀଠରେ ଏହି ମାମଲା ବିଚାରାଧୀନ ରହିଛି।

ମୋବାଇଲ ନମ୍ବର, ବ୍ୟାଙ୍କ ଆକାଉଣ୍ଟ ସମେତ ଅନ୍ୟ ସାମଜ କଲ୍ୟାଣ ଯୋଜନାରେ ଆଧାର ଲିଙ୍କ୍ ବାଧ୍ୟତାମୂଳକ କରିଥିଲେ କେନ୍ଦ୍ର ସରକାର। ହେଲେ ଏହାକୁ ବିଭିନ୍ନ ଅନୁଷ୍ଠାନ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Comment