ଓଡ଼ିଶାଲାଇଭ୍ ବ୍ୟୁରୋ
ତିନି ଦିନିଆ ରିମାଣ୍ଡରେ ଆସିଥିବା କର୍ପୋରେଟର ରଞ୍ଜିତା ବିଶ୍ୱାଳ ଏବଂ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତଙ୍କୁ କୋର୍ଟରେ ହାଜର କରିଛି କମିଶନରେଟ୍ ପୋଲିସ।
କର୍ପୋରେଟର ରଞ୍ଜିତା ବିଶ୍ୱାଳ ଏବଂ ସୁଶାନ୍ତ ଧଳସାମନ୍ତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି। ପୋଲିସ ଉଭୟଙ୍କୁ ଶୁକ୍ରବାର କୋର୍ଟରେ ହାଜର କରିଛି। ବିଜନ ପାଲ ଗୁଳିକାଣ୍ଡ ଘଟଣାରେ ପଚରା ଉଚରା କରିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ନେଇଥିଲା ପୋଲିସ।
ରଞ୍ଜିତା ଏବଂ ସୁଶାନ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ କମିଶନରେଟ୍ ପୋଲିସ ଜେଏମ୍ଏଫ୍ସି କୋର୍ଟ (ରୁରାଲ)ରେ ଆବେଦନ କରିଥିଲା। ତିନି ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଥିଲେ। ଆସନ୍ତା ୨୭ରେ କୋର୍ଟରେ ପୁଣି ହାଜର ହେବେ ରଞ୍ଜିତା ଏବଂ ସୁଶାନ୍ତ।
ଉଭୟଙ୍କୁ ଜାମିନରେ ଆଣି ପୋଲିସ କଟକ ସଦର ଥାନାରେ ଜେରା କରିଥିଲା। ଗୁରୁବାର ମୁହାଁମୁହିଁ ଜେରା କରିବା ସହ ବିଜନ ପାଲ ଗୁଳିକାଣ୍ଡରେ ଆଉ କାହା ହାତ ରହିଛି ତାର ସୁରାକ ଖୋଜିଥିଲା। ପୋଲିସ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ପାଇଛି। ବିଜନ ପାଲ ଗୁଳିକାଣ୍ଡର ଅଭିଯୁକ୍ତଙ୍କୁ ପିସ୍ତଲ ଓ ଗୁଳି ପାର୍ସଲ କରିଥିବା ରଞ୍ଜିତା ସ୍ୱୀକାର କରିଛନ୍ତି।
୭ ତାରିଖରେ ରଞ୍ଜିତାଙ୍କୁ ଗିରଫ କରିଥିଲା ପୋଲିସ। ବିଜନ ପାଲ ଗୁଳିକାଣ୍ଡରେ ରଞ୍ଜିତାଙ୍କ ଭୂମିକା ସନ୍ଦେହଘେରରେ ରହିଥିଲା।








ତିନି ଦିନିଆ ରିମାଣ୍ଡରେ ଆସିଥିବା କର୍ପୋରେଟର ରଞ୍ଜିତା ବିଶ୍ୱାଳ ଏବଂ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତଙ୍କୁ କୋର୍ଟରେ ହାଜର କରିଛି କମିଶନରେଟ୍ ପୋଲିସ।





