ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡରେ ନିର୍ମାତା, ନିର୍ଦ୍ଦେଶକମାନେ କେତେକ ହିନ୍ଦୀ ସିନେମାର ରିମେକ୍ ପ୍ରସ୍ତୁତ କରିଛନ୍ତି। ଏଥିମଧ୍ୟରୁ କେତୋଟି ସୁପରହିଟ୍ ହୋଇଛି, ହେଲେ ଆଉ କେତେକ ଫ୍ଲପ୍ ହୋଇଛି।

ଆସନ୍ତୁ ଦେଖିବା କେଉଁ ରିମେକ୍ ଫିଲ୍ମ କ୍ଷେତ୍ରରେ କ’ଣ ଘଟିଥିଲା…..

ଶୋଲେ

ସୁପ୍ରସିଦ୍ଧ ନିର୍ଦ୍ଦେଶକ ରମେଶ୍ ସିପ୍ପିଙ୍କ କାଳଜୟୀ ସିନେମା ‘ଶୋଲେ’ରେ ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ସଞ୍ଜୀବ କୁମାର, ଅମଜାଦ୍ ଖାନ୍, ହେମାମାଳିନୀ ଓ ଜୟା ଭାଦୁଡ଼ି ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ। ୧୯୭୫ରେ ରିଲିଜ୍ ହୋଇଥିବା ଏହି ବ୍ଲକବଷ୍ଟର ଫିଲ୍ମର ରିମେକ୍ ନିର୍ମାଣ କରିଥିଲେ ନିର୍ମାତା-ନିର୍ଦ୍ଦେଶକ ରାମ ଗୋପାଳ ବର୍ମା। ଅମିତାଭ୍ ବଚ୍ଚନ, ଅଜୟ ଦେବଗନ୍ ଓ ସୁସ୍ମିତା ସେନ୍ ଏଥିରେ ଲିଡ୍ ରୋଲରେ ଥିଲେ। ଏହାର ଟାଇଟଲ୍ ହେଲା ‘ଆଗ୍’। ଏହା କିନ୍ତୁ ବକ୍ସ ଅଫିସ୍‌ରେ ସୁପରଫ୍ଲପ୍ ହୋଇଥିଲା।

ଉମରାଓ ଜାନ୍

୧୯୮୧ର ରେଖା, ଫାରୁଖ୍ ସେକ୍ ଅଭିନୀତ ଫିଲ୍ମ ‘ଉମରାଓଜାନ୍’ ଏକ ଚର୍ଚ୍ଚିତ ସିନେମା। ମୁଜାଫର୍ ଅଲ୍ଲୀ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହାର ରିମେକ୍ ୨୦୦୬ ମସିହାରେ ରିଲିଜ୍ ହୋଇଥିଲା, ଯେଉଁଥିରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ ଲିଡ୍ ରୋଲ୍‌ରେ ନଜର ଆସିଥିଲେ। କିନ୍ତୁ  ରିମେ୍କ ‘ଉମରାଓ ଜାନ୍’ ଫ୍ଲପ୍ ହୋଇଥିଲା।

ଅଗ୍ନିପଥ

ରାଷ୍ଟ୍ରୀୟ ପୁରସ୍କାରରେ ଅମିତାଭ ବଚ୍ଚନ ପ୍ରଥମେ ସମ୍ମାନିତ ହୋଇଥିଲେ ୧୯୯୦ର ଫିଲ୍ମ ‘ଅଗ୍ନିପଥ’ ପାଇଁ। ମୁକୁଲ୍ ଆନନ୍ଦ ଥିଲେ ଏହାର ନିର୍ଦ୍ଦେଶକ। ୨୦୧୨ରେ ନିର୍ମାତା କରଣ ଜୋହର୍ ‘ଅଗ୍ନିପଥ’ର ରିମେକ୍ ତିଆରି କରିଥିଲେ। ଏଥିରେ ଅମିତାଭ୍ ବଚ୍ଚନ ନିଭାଇଥିବା ପୁରୁଣା ଫିଲ୍ମର ଚରିତ୍ର (ବିଜୟ ଦିନାନାଥ ଚୌହ୍ଵାନ) ନିଭାଇଥିଲେ ରିତିକ୍ ରୋଶନ। ଏହି ‘ଅଗ୍ନିପଥ’ ବ୍ଲକ ବଷ୍ଟର ଫିଲ୍ମର ମାନ୍ୟତା ପାଇଥିଲା।

ଡନ୍

୧୯୭୮ ମସିହାରେ ରିଲିଜ୍ ହୋଇଥିବା କ୍ରାଇମ୍ ଥ୍ରିଲର୍ ଆକସନ୍ ଫିଲ୍ମ ‘ଡନ୍’ର ରିମେକ୍ ତିଆରି ହୋଇଥିଲା ୨୦୦୬ରେ। ପ୍ରଥମଟିରେ ଅମିତାଭ୍ ବଚ୍ଚନ ଟାଇଟଲ୍ ରୋଲ୍ ନିଭାଇଥିବାବେଳେ ଦ୍ଵିତୀୟଟିରେ ଶାହାରୁଖ ଖାନ୍ ସେହି ଭୂମିକାରେ ଅଭିନୟ କରିଥିଲେ। ପ୍ରଥମ ‘ଡନ୍’ରେ ଜୀନତ ଆମନ୍, ହେଲେନ୍ ଫିମେଲ୍ ଲିଡରେ ଥିବା ବେଳେ ଦ୍ଵିତୀୟଟିରେ ପ୍ରିୟଙ୍କା ଚୋପ୍ରା ଓ କରିନା କପୁର୍ ନଜର ଆସିଥିଲେ। ଉଭୟ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା।

ହିମ୍ମତ ଓ୍ଵାଲା

୧୯୮୩ରେ ରିଲିଜ୍ ହୋଇଥିଲା ଜିତେନ୍ଦ୍ର-ଶ୍ରୀଦେବୀ ଷ୍ଟାରର ‘ହିମ୍ମତଓ୍ଵାଲା’ କେ ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶିତ ଏହି ସିନେମା ସୁପରହିଟ୍ ହୋଇଥିଲା। ପ୍ରାୟ ୨୦ବର୍ଷ ପରେ ୨୦୧୩ରେ ଏହାର ରିମେକ୍ ସମାନ ଟାଇଟଲରେ ରିଲିଜ୍ ହୋଇଥିଲା। ସାଜିଦ୍ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଜୟ ଦେବଗନ୍ ଓ ତମନ୍ନା ଲିଡ୍ ରୋଲ୍‌ରେ ନଜର ଆସିଥିଲେ। ଏହା ସୁପରଫ୍ଲପ୍ ହୋଇଥିଲା।

ଦେବଦାସ୍

ଦେବଦାସ୍ ଭଳି ଏକ ସିନେମା ଯାହା ୧୯୫୩ରୁ ୨୦୧୩ ମଧ୍ୟରେ ସାତ ଥର ନିର୍ମିତ ହୋଇଛି। ୧୯୫୫  ମସିହାରେ ଯେଉଁ ‘ଦେବଦାସ୍’ ରିଲିଜ୍ ହୋଇଥିଲା ସେଥିରେ ଦିଲ୍ଲୀପ କୁମାର ଓ ବୈଜୟନ୍ତୀ ମାଲା ଅଭିନୟ କରିଥିଲେ। ୨୦୦୨ରେ ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ‘ଦେବଦାସ୍’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିଥିଲେ, ଯେଉଁଥିରେ ଶାହରୁଖ୍ ଖାନ୍, ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ମାଧୁରୀ ଦୀକ୍ଷିତ ଲିଡ୍‌ରୋଲ୍‌ରେ ଥିଲେ। ଉଭୟ ସିନେମା ସୁପରହିଟ୍ ହୋଇଥିଲା।

ଜଞ୍ଜିର

ପ୍ରକାଶ ମେହେରାଙ୍କ ଆକ୍ସନ୍ ଫିଲ୍ମ ‘ଜଞ୍ଜିର୍’ ଅମିତାଭ୍ ବଚ୍ଚନଙ୍କ କ୍ୟାରିଅର୍ର ଟର୍ଣ୍ଣିଂ ପଏଣ୍ଟ ଥିଲା। ୧୯୭୩ରେ ରିଲିଜ୍ ହୋଇଥିବା ଏହି ସିନେମାରେ ଅମିତାଭଙ୍କ ବ୍ୟତୀତ ଜୟା ଭାଦୁଡ଼ି, ପ୍ରାନ୍, ଅଜିତ୍ ଓ ବିଜୁ ପ୍ରମୁଖ ଅଭିନୟ କରିଥିଲେ। ଏହାର ପ୍ରାୟ ୪୦ ର୍ଷ ପରେ ୨୦୧୩ରେ ‘ଜଞ୍ଜିର’ର ରିମେକ୍ ପରଦାକୁ ଆସିଥିଲା। ଯେଉଁଥିରେ ରାମଚରଣ ତେଦା ଓ ପ୍ରିୟଙ୍କା ଚୋପ୍ରା ଲିଡ୍ ରୋଲ୍‌ରେ ଥିଲେ। ପ୍ରଥମ ‘ଜଞ୍ଜିର’ ସୁପରହିଟ୍ ହୋଇଥିଲା, ହେଲେ ଦ୍ଵିତୀୟଟି ସୁପରଫ୍ଲପ୍ ହୋଇଥିଲା।

ଚଷମେଁ ବଦ୍ଦୁର

୧୯୮୧ ମସିହାରେ ସୁପରଷ୍ଟାର୍ ରୋମାଣ୍ଟିକ୍ -କମେଡି ଫିଲ୍ମରେ ଫାରୁଖ୍ ଶେଖ୍, ଦୀପ୍ତି ନାଭାଲ୍, ରାକେଶ୍ ବେଦୀ, ସଇଦ୍ ଜାଫି ଓ ରବି ବାସଓ୍ଵାନୀ ପ୍ରମୁଖ ଲିଡ୍ ରୋଲ୍‌ରେ ଥିଲେ। ଏହାର ରିମେକ୍ ଭର୍ସନ୍ ୨୦୧୩ରେ ପରଦାକୁ ଆସିଥିଲା, ଯେଉଁଥିରେ ଅଲ୍ଲୀ ଜାଫର୍, ସିଦ୍ଧାର୍ଥ ଓ ତାପସୀ ପନ୍ନୁ ଅଭିନୟ କରିଥିଲେ। ଏହା ବି ହିଟ୍ ହୋଇଥିଲା।

ସାହେବ ବିବି ଔର୍ ଗୁଲାମ୍

୧୯୬୨ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ସାହେବ ବିବି ଔର୍ ଗୁଲାମ୍’ରେ ଗୁରୁ ଦତ୍ତ, ଓ୍ଵାହିଦା ରହମାନ୍ ଓ ମୀନା କୁମାରୀ ଲିଡ୍  ରୋଲ୍‌ରେ ଥିଲେ। ୨୦୧୧ରେ ଏହାର ରିମେକ୍ ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟାର୍’ ରିଲିଜ୍ ହୋଇଥିଲା। ଏଥିରେ ଜିମ୍ମି ଶେହଗଲ୍, ମାହିଗିଲ୍ ଓ ରଣଦୀପ୍ ହୁଦା ଲିଡ୍ ରୋଲ୍‌ରେ ଥିଲେ। ଉଭୟକୁ ବ୍ୟାବସାୟିକ ସଫଳତା ମିଳିଥିଲା।

Comment