ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ହୋଇଛନ୍ତି ଅସୁସ୍ଥ।

ଜେଲ୍‌ରେ ଅସୁସ୍ଥ ହୋଇଯାଇଛନ୍ତି ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ। ତାଙ୍କୁ ଚିକିତ୍ସା ପାଇଁ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚାରା ଦୁର୍ନୀତି ମାମଲାରେ ଲାଲୁ ରାଞ୍ଚିର ବିର୍ସା ମୁଣ୍ଡା ଜେଲରେ ସଜା କାଟୁଛନ୍ତି।

ସୋମବାର ଲାଲୁ ଯାଦବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ସମେତ ୩୧ ଜଣଙ୍କ ବିରୋଧରେ ସିବିଆଇ ସ୍ବତନ୍ତ୍ର ଅଦାଲତରେ ସୋମବାର ରାୟ ପ୍ରକାଶ ପାଇବ। ଚାରା ଦୁର୍ନୀତିର ଦୁମକା କୋଷାଗାର ମାମଲାରେ ଏହି ରାୟ ଆସିବ।

ଜେଲ ଯିବା ପରଠାରୁ ଲାଲୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହୁ ନଥିଲା। ଜେଲରେ ଥିବା ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ। ହେଲେ ଶନିବାର ଲାଲୁଙ୍କ ସ୍ବାସ୍ଥ୍ୟ ଅଧିକ ବିଗିଡ଼ି ଯାଇଥିଲା। ଫଳରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ରିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚାଇବସା କୋଷାଗାର ଚାରା ଦୁର୍ନୀତି ମାମଲାର ରାୟ ଜାନୁଆରୀ ୨୪ରେ ଶୁଣାଣି ହୋଇଥିଲା। ଏଥିରେ ସିବିଆଇ କୋର୍ଟ ଲାଲୁ ଏବଂ ଜଗନ୍ନାଥ ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏହାସହ ଲାଲୁଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା ଏବଂ ଜଗନ୍ନାଥଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here