ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ହାର୍ଟଥ୍ରୋବ୍ ଶାହିଦ୍ କପୁର୍ ଓ ବେବୋ କରିନା କପୁରଙ୍କ ଆଫେଆରକୁ ନେଇ ଏକ ସମୟରେ ଖୁବ୍ ଚର୍ଚ୍ଚା ହୋଇଥିଲା। ସମସ୍ତେ ଭାବୁଥିଲେ ଯେ ବୋଧହୁଏ ଏ ଦୁହେଁ ପତି-ପତ୍ନୀ ବନିବେ। ହେଲେ ସେମିତି କିଛି କଥା ଘଟିନଥିଲା।

କରିନା ଓ ଶାହିଦଙ୍କର ପ୍ରଥମ ଭେଟ ୨୦୦୪ରେ  ରିଲିଜ୍ ହୋଇଥିବା ଫିଲ୍ମ ‘ଫିଦା’ର ସେଟ୍‌ରେ ହୋଇଥିଲା। ଶାହିଦଙ୍କୁ ଦେଖି କରିନା ଏତେ ପ୍ରଭାବିତ ହେଲେ ଯେ ସେ ପ୍ରଥମ ଦେଖାରେ ହିଁ ତାଙ୍କୁ ପ୍ରପୋଜ୍ କରିଥିଲେ। ଏକଥା ନିଜେ କରିନା କପୁର୍ ଖାନ୍ କିଛି ଦିନ ତଳେ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବହୁଥର ଫୋନ୍ କଲ୍ ଓ ମେସେଜ୍ କରିବା ପରେ ଯାଇ ଶାହିଦ୍ କପୁର ତାଙ୍କର ପ୍ରପୋଜାଲକୁ ସ୍ୱୀକାର କରିଥିଲେ।

‘ଫିଦା’ର ସେଟ୍‌ରେ ହିଁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କର ସୁରୁଆତ୍ ହୋଇଥିଲା, କିନ୍ତୁ ସେହି ସିନେମା ବକ୍ସ ଅଫିସରେ ଖାସ୍ କମାଲ କରିପାରିନଥିଲା। ସେତେବେଳକୁ ଶାହିଦଙ୍କର କେବଳ ଗୋଟିଏ ସିନେମା ‘ଇସ୍କ ବିସ୍କ’ ବି ରିଲିଜ୍ ହୋଇଥିଲା, କିନ୍ତୁ କରିନାଙ୍କର ‘ରିଫ୍ୟୁଜି’, ‘ଅଜନବୀ’, ‘ମେଁ ପ୍ରେମ କି ଦିୱାନୀ ହୁଁ’, ‘ୟାଦେଁ’, ‘କଭି ଖୁସି କଭି ଗମ୍’ ଆଦି ସୁପରହିଟ୍ ଫିଲ୍ମ ରିଲିଜ୍ ହୋଇସାରିଥାଏ। ଏ ଦୃଷ୍ଟିରୁ ଶାହିଦଙ୍କ ତୁଳନାରେ କରୀନା ଥିଲେ ବଡ ଷ୍ଟାର।

୨୦୦୪ରେ ଏ ଦୁହିଁଙ୍କୁ ବିଭିନ୍ନ ପାର୍ଟିରେ ଏକାଠି ଦେଖିବାକୁ ମିଳିଥିଲା। ମିଡ଼ିଆରେ ଏସମ୍ପର୍କରେ ଚର୍ଚ୍ଚା ହେବା ପରେ ଉଭୟ ଶାହିଦ୍ ଓ କରିନା ପ୍ରେମ ସମ୍ପର୍କକୁ ସ୍ୱୀକାର ବି କରିଥିଲେ। ୨୦୦୬ରେ ‘ଜବ୍ ଉଇ ମେଟ୍’ର ସୁଟିଂ ଆରମ୍ଭ ହେଲା। ଇମିତିଆଜ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୦୭ରେ ରିଲିଜ୍ ହୋଇଥିଲା ଓ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ତା’ ଭିତରେ ଶାହିଦ-କରିନାଙ୍କ ଯୋଡ଼ି ଅବବାସ -ମସ୍ତାନଙ୍କ ‘୩୬ ଚାଇନା ଟାଉନ୍’, ପ୍ରିୟଦର୍ଶନଙ୍କ ‘ଚୁପ୍ ଚୁପ୍‌କେ’ରେ ମଧ୍ୟ ନଜର ଆସିଥିଲେ।

‘ଜବ୍ ଉଇ ମେଟ୍’ର ସୁଟିଂ ଶେଷ ହେବା ବେଳକୁ ଶାହିଦ୍ ଓ କରିନାଙ୍କ ଭିତରେ ରୋମାନ୍ସ ଦୁର୍ବଳ ହୋଇ ଯାଇଥିଲା। ଶେଷ ସୁଟବେଳେ ଦୁହିଁଙ୍କୁ ଅଲଗାଅଲଗା ଗାଡ଼ିରେ ସୁଟିଂ ସେଟ୍‌କୁ ଆସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏପରିକି ସେଟ୍‌ରେ ରିହର୍ସାଲ୍ ବ୍ୟତୀତ ଅନ୍ୟ ସମୟରେ ଦୁହେଁ କଥାବାର୍ତ୍ତା ମଧ୍ୟ କରୁନଥିଲେ।

ଏହାପରେ ଶାହିଦ୍ -କରିନାଙ୍କର ବ୍ରେକଅପ୍ ହୋଇଥିଲା। ଏହି ବ୍ରେକ୍ଅପର କାରଣ ଅମୃତା ରାଓ ବୋଲି କୁହାଯାଏ। ଚର୍ଚ୍ଚା ହୋଇଥିଲା ଯେ ୨୦୦୬ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ବିବାହ’ରେ କାମ କରୁଥିବା ବେଳେ ଶାହିଦ୍ ଅମୃତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ଏକଥା ଜାଣିବା ପରେ କରିନା କପୁର ଶାହିଦଙ୍କ ଉପରେ ଭୀଷଣ ରାଗିଥିଲେ। କୁହାଯାଏ ଯେ ବ୍ରେକଅପ୍ ପାଇଁ ଶେଷ କଲ୍ ଶାହିଦଙ୍କ ପକ୍ଷରୁ କରାଯାଇଥିଲା। ଆହୁରି ମଧ୍ୟ ଶୁଣିବାକୁ ମିଳେ ଯେ କରିନା ଏହି ସମ୍ପର୍କରେ ପ୍ୟାଚଅପ୍ କରିବାକୁ ବହୁବାର ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ।

ତେବେ ୨୦୧୭ରେ ଲକମି ଫ୍ୟାସନ ଉଇକରେ ସୈଫ୍ ଅଲ୍ଲୀଖାନଙ୍କ ସହ କରିନା କପୁର ପ୍ରଥମ ଥର ପାଇଁ ନଜର ଆସିଥିଲେ। ଫିଲ୍ମ ‘ଓମକାରା’ର ସୁଟିଂ ସେଟରେ ସୈଫ୍ ଅଲ୍ଲୀ ଖାନ୍ ଓ କରିନା କପୁରଙ୍କର ଅଳ୍ପ ସିନ୍ ଏକାଠି ଥିଲେ ବି ଉଭୟେ ସେଠାରେ ସମୟ ବିତାଉଥିଲେ। ‘ଓମ୍‌କାରା’ ପରେ ସୈଫ୍ କରୀନାଙ୍କ ମଧ୍ୟରେ ସମ୍ପର୍କ ବଢ଼ିଥିଲା। ୟଶ୍ ରାଜ୍ ଫିଲ୍ମସ ବ୍ୟାନରର ସିନେମା ‘ଟସନ୍’ ସେଟରେ। ସେହି ସମୟରେ ଏ ଦୁହେଁ ଲଙ୍ଗ୍ ଡ୍ରାଇଭରେ ବି ଯାଉଥିଲେ। ଉଭୟଙ୍କର ଆଫେୟାରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ହେଲେ ସୈଫ୍ ବା କରିନା କେହି ବି ଏହାକୁ ଖୋଲାଖୋଲି ସ୍ୱୀକାର କଲେ ନାହିଁ।

ତେବେ ପରେ ପ୍ରଥମେ ସୈଫ୍ ଅଲ୍ଲୀ ଖାନ୍ କରିନା କପୁରଙ୍କୁ ଡେଟ୍ କରୁଥିବା ନେଇ ସ୍ୱୀକାର କରିଥିଲେ। ସୈଫ୍ ଓ କରିନା ୨୦୧୨ ଅକ୍ଟୋବର ୧୬ ତାରିଖରେ ବାହା ହେଲେ। କରିନା ହେଲେ ସୈଫଙ୍କର ଦ୍ୱିତୀୟ ପତ୍ନୀ। ଅପରପକ୍ଷରେ ଶାହିଦ୍ ମୀରା ରାଜପୁତଙ୍କୁ ୨୦୧୫ ଜୁଲାଇ ୭ ତାରିଖରେ ବିବାହ କରିଥିଲେ।

Comment