ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯୯୪ରେ ଅର୍ଥାତ୍ ୨୫ବର୍ଷ ପୂର୍ବରୁ ନୋକିଆ କମ୍ପାନିର ୨୦୧୦ମଡେଲର କ୍ଲାସିକ୍ ଫିଚର୍ ଫୋନ୍ ବଜାରକୁ ଆସିଥିଲା। ନୋକିଆର ୨୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ପୁଣିଥରେ ଏହି ମଡେଲର ଫୋନ୍ ନୂଆ ରୂପରେ ଗ୍ରାହକଙ୍କୁ ଭେଟି ଦେବାକୁ ଯାଉଛି କମ୍ପାନି।

ନୋକିଆର ଲୋକପ୍ରିୟ ମୋବାଇଲ ସେଟ୍‌ ‘ନୋକିଆ ୨୦୧୦’ ପୁଣି ଥରେ ବଜାର ପ୍ରବେଶ କରିବାକୁ ଯାଉଛି। ଏଚଏମଡି ଗ୍ଲୋବାଲ ‘ନୋକିଆ ୨୦୧୦’ ଫୋନ୍‌କୁ ରି-ଲଞ୍ଚ କରିବାର ଘୋଷଣା କରିଛନ୍ତି।

୨୫ବର୍ଷ ପୂର୍ବେ ଏହି ଫୋନ୍‌ ଲଞ୍ଚ ହୋଇଥିଲା। ସେ ସମୟରେ ଏହି ଫୋନ୍ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ଏହି ଫୋନ୍‌ଟିକୁ ନୂଆ ଅତ୍ୟାଧୁନିକ ଫିଚର ସହିତ ଲଞ୍ଚ କରାଯିବାର ଯୋଜନା କରାଯାଉଛି। ଏହି ହ୍ୟାଣ୍ଡସେଟ୍‌ରେ ୪ଜି କନେକ୍ଟିଭିଟି ଦିଆଯିବା ସହ ଅତ୍ୟାଧୁନିକ ଫିଚର ବି ରହିବ।

ନୋକିଆର ୨୫ତମ ବାର୍ଷିକ ଉତ୍ସବରେ ‘ନୋକିଆ ୨୦୧୦’ ଲଞ୍ଚ କରାଯିବ। ଏଚଏମଡି ଗ୍ଲୋବଲ ଓ ଫେସବୁକ୍‌ ପାର୍ଟନରସିପ ଜରିଆରେ ଫେସ୍‌ବୁକ୍‌ ଓ ହ୍ଵାଟସ୍‌ଆପ୍‌ ସପୋର୍ଟ ବି ଫୋନ୍‌ରେ ଦିଆଯିବ। ଏହି ଫୋନ୍‌ର ନାମ ରହିବ ଏ୧୦।

ଚଳିତବର୍ଷ ଏପ୍ରିଲ ୪ରେ ଭାରତରେ ନୋକିଆ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ୍‌ ଲଞ୍ଚ କରିବାକୁ ଯାଉଛି। ଏଚଏମଡି ଗ୍ଲୋବାଲ ନିକଟରେ ନୋକିଆ ୬ (୨୦୧୮), ନୋକିଆ ୭ ପ୍ଲସ୍‌ ଓ ନୋକିଆ ୮ ସିରୋକୋ ଗ୍ଲୋବାଲ ଲଞ୍ଚ କରିଛି। ଏହା ଭାରତରେ ଏପ୍ରିଲ ୪ରେ ଲଞ୍ଚ କରାଯାଇପାରେ। ପ୍ରଥମ ଦୁଇଟି ସ୍ମାର୍ଟଫୋନର ମୂଲ୍ୟ ଯଥାକ୍ରମେ ୨୦,୦୦୦,୩୦,୦୦୦ ରହିଥିବାବେଳେ ନୋକିଆ ୮ ସିରୋକୋ ଗ୍ଲୋବାଲର ମୂଲ୍ୟ ଏଯାଏଁ ନିର୍ଦ୍ଧାରିତ କରାଯାଇନାହିଁ।

ନିକଟରେ ନୋକିଆ ୧ ଆଣ୍ଡ୍ରଏଡ୍ ଓରିଓ ଗୋ ଏଡିସନ୍ ଲଞ୍ଚ ହୋଇଛି। ଯାହାର ମୂଲ୍ୟ ରହିଛି ୫,୪୯୯ଟଙ୍କା।

Comment