ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି ସଞ୍ଜିତା ଚାନୁ ଖୁମୁକଚାମ୍‌। ଶୁକ୍ରବାର ଦିନ କ୍ୟାରାରା ସ୍ପୋର୍ଟସ୍‌ ଆରେନାରେ ସଞ୍ଜିତା ୫୩ କେଜି ବିଭାଗରେ ଭାରତ୍ତୋଳନରେ ସ୍ୱର୍ଣ୍ଣ ଜିଣିଛନ୍ତି।

ଅଷ୍ଟ୍ରେଲିଆର ଗୋଲ କୋଷ୍ଟରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣପଦକ ଆଣିଛନ୍ତି ଭାରତୀୟ ମହିଳା ଭାରୋତ୍ତଳନକାରୀ ସଞ୍ଜିତା ଚାନୁ।

ସେ ୫୩ କେଜି ଭାରୋତ୍ତଳନ କରି ୧୯୨ ପଏଣ୍ଟ୍ ସ୍କୋର କରିଥିଲେ। ଏହି ବିଭାଗରେ ପାପୁଆ ନିଉ ଗିନିର ଲୋଆ ଡିକା ତୋଉଙ୍କୁ ଦ୍ୱିତୀୟ ଏବଂ କାନାଡ଼ାର ରାଚେଲ୍‌ ଲେବ୍ଲାଙ୍କ୍‌-ବାଜିନେଟ୍‌ଙ୍କୁ ତୃତୀୟ ସ୍ଥାନରେ ରହିଛନ୍ତି। ସେ ଦୁହେଁ ଯଥାକ୍ରମେ ୧୮୨ ଏବଂ ୧୮୧ ପଏଣ୍ଟ୍ ସ୍କୋର କରିବାରେ ସମର୍ଥ ହୋଇଥିଲେ।

ସ୍ନାଚ୍‌ରେ ସଞ୍ଜିତା ୮୪ କେଜି ଏବଂ କ୍ଲିନ୍‌ ଆଣ୍ଡ୍‌ ଜର୍କରେ ୧୦୮ କେଜି ଭାରୋତ୍ତଳନ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନୂଆ ରେକର୍ଡ ହାସଲ କରିଛନ୍ତି।

୨୪ ବର୍ଷୀୟ ମଣିପୁରୀ ଝିଅ ସଞ୍ଜିତା ଚାରିବର୍ଷ ପୂର୍ବରୁ ୨୦୧୪ ଗ୍ଲାସ୍‌ଗୋ ଗେମ୍‌ସ୍‌ରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିଣିଥିଲେ। ସଞ୍ଜିତାଙ୍କ ପଦକକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ତିନିରେ ପହଞ୍ଚିଛି।

“ଦେଶ ପାଇଁ  ସ୍ୱର୍ଣ୍ଣ ପଦକ ଜିତିଥିବାରୁ ମୁଁ ବହୁତ ଖୁସି। ମୋର ଆଗାମୀ ଲକ୍ଷ୍ୟ ହେଉଛି ୨୦୨୦ ଅଲିମ୍ପିକ୍ସ ଓ ଜାକର୍ତ୍ତା ଏସିଆନ୍ ଗେମ୍ସ”, ପଦକ ଜିତିବା ପରେ ଏହା କହିଛନ୍ତି ସଞ୍ଜିତା।

Comment