ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍ ସିଜିନ୍-୧୧ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରୋମାଞ୍ଚକର ବିଜୟ ହାସଲ କରିଛି।
ଆଇପିଏଲ୍ ସିଜିନ୍-୧୧ର ପ୍ରଥମ ବିଜୟ ହାସଲ କରିଛି ଚେନ୍ନାଇ ସୁପର୍ କିଙ୍ଗ୍ସ। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୧୬୬ ରନ୍ କରିଥିଲା। ଚେନ୍ନାଇ ୧୬୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା।
ବ୍ରାବୋଙ୍କ ୬୮ ଏବଂ କେଦାର ଯାଦବଙ୍କ ୨୪ ରନ୍ ବଳରେ ଚେନ୍ନାଇ ଟିମ୍ ଏହି ମ୍ୟାଚକୁ ନିଜ ସପକ୍ଷରେ ନେଇପାରିଛି।
ଟସ୍ ଜିତି ଚେନ୍ନାଇ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଟିମ୍ର ସୂର୍ଯ୍ୟ କୁମାର ଯାଦବ ୨୯ଟି ବଲରେ ୬ ଚୌକା ଏବଂ ଗୋଟିଏ ଛକା ମାରି ୪୩ ରନ୍ କରିଥିଲେ। ଇସାନ୍ କିଶନ ୪୦, କୃଣାଳ ପାଣ୍ଡ୍ୟା ୪୧ କରିଥିଲେ। ଚେନ୍ନାଇ ଟିମ୍ର ସେନ୍ ୱଟସନ୍ ୨ଟି ୱିକେଟ, ଦୀପକ ଚାହର ଏବଂ ଇମ୍ରାନ ତାହିର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଶନିବାରଠୁ ଆରମ୍ଭ ହୋଇଛି ଆଇପିଏଲ୍ ସିଜିନ୍-୧୧। ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶରେ ଏହି ମହାସମର ଆରମ୍ଭ ହୋଇଛି। ୫୧ ଦିନ ଧରି ଚାଲିବ ଆଇପିଏଲ୍ ସିଜିନ୍-୧୧। ୮ଟି ଟିମ୍ ମଧ୍ୟରେ ହେବ ଦମ୍ଦାର ଲଢ଼େଇ
ଅଧିକ ପଢ଼ନ୍ତୁ: ଆଇପିଏଲ୍ ସିଜିନ୍ -୧୧ : ତମନ୍ନା ଭାଟିଆଙ୍କ ନାଚରେ ଦୁଲୁକିଲା ୱାଙ୍ଖଡେ ଷ୍ଟାଡିୟମ୍








ଆଇପିଏଲ୍ ସିଜିନ୍-୧୧ର ପ୍ରଥମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ରୋମାଞ୍ଚକର ବିଜୟ ହାସଲ କରିଛି।





