ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେଠାରୁ ସାବଧାନ ହୋଇଯାଅନ୍ତୁ। ଯେଉଁ ସରକାରୀ କର୍ମଚାରୀ ସେମାନଙ୍କ ଆୟକର ରିଟର୍ଣ୍ଣ ଦାଖଲ ବେଳେ ଆୟକୁ ଏପଟ ସେପଟ କରି ଦେଖାଇବେ ଆୟକର ବିଭାଗ ସେମାନଙ୍କୁ ଧରିବ। ରିଟର୍ଣ୍ଣରେ ଭୁଲ ଥିଲେ ବି ଅସୁବିଧା। ଟ୍ୟାକ୍ସ ବଞ୍ଚାଇବା ଚକ୍କରରେ ଯଦି ଆପଣ ନିଜ ଆୟ ଲୁଚାଉଛନ୍ତି ଏଥିପାଇଁ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତ ହେବ। ଏ ସମ୍ପର୍କରେ ଆପଣଙ୍କ ଏମ୍ପ୍ଲଏରଙ୍କୁ ମଧ୍ୟ ଜଣାଇଦିଆଯିବ।

ବେଙ୍ଗଳୁରୁରେ ଥିବା ଆୟକର ବିଭାଗର ସେଣ୍ଟ୍ରାଲ ପ୍ରୋସେସିଂ ସେଣ୍ଟର ପକ୍ଷରୁ ଚେତାବନୀ ଦିଆଯାଇଛି ଯେ ଟ୍ୟାକ୍ସ ଛାଡ଼କୁ ଉଣା ଅଧିକ କରି ଯଦି ରିଟର୍ଣ୍ଣରେ ଦେଖାଯାଏ ଏହା ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ କରାଯିବ। ଏହି ଉପଦେଶାବଳୀରେ କୁହାଯାଇଛି ଯେ ଅଧିକ ଫାଇଦା ପାଇଁ ସରକାରୀ କର୍ମଚାରୀ ଫ୍ରଡ଼ ଟ୍ୟାକ୍ସ ପରାମର୍ଶଦାତାଙ୍କ ହାବୁଡ଼ରେ ନପଡନ୍ତୁ। ଯଦି ଆପଣ ଜାଣିଶୁଣି ନିଜ ଆୟକୁ କମ ବେଶୀ ଦେଖାଉଛନ୍ତି ଆୟକର ଆଇନ ଅନୁଯାୟୀ ଏହାକୁ ଅପରାଧ ବୋଲି ଧରାଯିବ ଓ ସେହି ଅନୁସାରେ ଦଣ୍ଡ ବିଧାନ ହେବ।

ସରକାରୀ କର୍ମଚାରୀଙ୍କ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବା ସମୟ ଆରମ୍ଭ ହେଉଥିବାରୁ ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here