ଓଡ଼ିଶାଲାଇଭ୍ ବ୍ୟୁରୋ
ଏସି ଆପଣଙ୍କୁ ଗରମରୁ ଶିଘ୍ର ରକ୍ଷା କରିବା ସହ ଶରୀରକୁ ଥଣ୍ଡା କରିବାରେ ସହାୟକ ହୋଇଥାଏ। ଆଜିକାଲି ଅଫିସ୍ ହେଉ ଅବା ଦୋକାନ ସବୁଠି ଏସି ଲଗାଯାଉଛି। କିନ୍ତୁ ଆପଣ ଜାଣିଛନ୍ତି କି ଏସିରେ ବସିବା ଶରୀର ପାଇଁ କେତେ ହାନିକାରକ?
ଥକ୍କା ଲାଗିବା
ଲଗାତାର ଭାବେ ଏସିରେ ବସିବା ଦ୍ଵାରା ଆପଣଙ୍କୁ ଥକ୍କା ଲାଗିବା ଭଳି ସମସ୍ୟା ଦେଖାଯାଏ। କେବଳ ଏତିକି ନୁହେଁ ଏସିରେ ସର୍ବଦା ବସିରହି ହଠାତ୍ ଖରାକୁ ଗଲେ ମୁଣ୍ଡବିନ୍ଧା ଓ ଚିଡ଼ଚିଡ଼ା ଭଳି ସମସ୍ୟା ଦେଖାଦିଏ।
ଷ୍ଟ୍ରେସ୍
ଅଧିକ ସମୟ ଏସିରେ ରହିଲେ ଶରୀରକୁ ଗୋଟିଏ ତାପମାତ୍ରାର ଅଭ୍ୟାସ ହୋଇଯାଏ। ଏପରି ସ୍ଥଳେ ଟିକେ ଥଣ୍ଡା କିମ୍ବା ଟିକେ ଗରମରେ ରହିବାକୁ ହେଲେ ଆମେ ସହିପାରିନଥାଉ। ଏପରିସ୍ଥଳେ ଷ୍ଟ୍ରେସ୍ ଅଧିକ ହୋଇଥାଏ।
ଆସ୍ଥମା
ଦୀର୍ଘ ସମୟ ପର୍ଯ୍ୟନ୍ତ ଏସିରେ ରହିଲେ ଆସ୍ଥମା ବା ଶ୍ୱାସରୋଗ ହେବାର ଆଶଙ୍କା ବଢ଼ିଥାଏ। ଯଦି ଆପଣଙ୍କୁ ଥଣ୍ଡା, ଶର୍ଦ୍ଧି ଏବଂ ଧୂଳିର ଆଲର୍ଜି ଥାଏ, ତେବେ ଏସିରେ ଅଧିକ ସମୟ ରହିଲେ ଆସ୍ଥମା ସମସ୍ୟା ବଢ଼ିଥାଏ।
ଡ୍ରାଏ ସ୍କିନ୍
ଏସିର ଥଣ୍ଡା ପବନ ତ୍ୱଚାକୁ ଶୁଖିଲା କରିଦେଇଥାଏ। ଯଦ୍ଵାରା ତ୍ୱଚା କୁଣ୍ଡାଇ ହୋଇଥାଏ।
ଆଲର୍ଜି
ଏସିର ଫିଲ୍ଟର ଦୀର୍ଘ ଦିନ ଧରି ସଫା ହୋଇ ନ ଥିଲେ ସେଥିରୁ ବାହାରୁଥିବା ସରୁ ଧୂଳି, ବ୍ୟାକ୍ଟେରିଆ କାରଣରୁ ଥଣ୍ଡା, ଭାଇରାଲ୍ ଇନ୍ଫେକ୍ସନ୍ ଏବଂ ଆଲର୍ଜି ହୋଇଥାଏ।
ଆଖି ସମସ୍ୟା
ଏସିର ଥଣ୍ଡା ପବନ ଆଖିକୁ ଅଧିକ ଶୁଖିଲା କରିଦିଏ। ଫଳରେ ଆଖି କୁଣ୍ଡାଇ ହେବା, ପାଣି ବାହାରିବା ଏବଂ ଲାଲ୍ ପଡ଼ିବା ପରି ସମସ୍ୟା ଦେଖାଯାଇଥାଏ।
ଆଣ୍ଠୁଗଣ୍ଠିଗତ ସମସ୍ୟା
ଏସିରୁ ବାହାରୁଥିବା ପବନ ଆଣ୍ଠୁଗଣ୍ଠି ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଲଗାତାର ଭାବେ ଏସିରେ ବସିବା ଦ୍ଵାରା ବେକ, ହାତ ଓ ଆଣ୍ଠୁରେ କଷ୍ଟ ଅନୁଭୂତ ହୋଇଥାଏ। ଭବିଷ୍ୟତରେ ଏହା ଆଣ୍ଠୁଗଣ୍ଠି ସମସ୍ୟାର କାରଣ ମଧ୍ୟ ହୋଇଥାଏ।