ଓଡ଼ିଶାଲାଇଭ୍‍ ବ୍ୟୁରୋ

“ଏକଥା ନୁହେଁ ଯେ କେବଳ ଖୁସିରେ ରହୁଥିବା ଲୋକମାନେ ଅନ୍ୟକୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସିଥା’ନ୍ତି। ମୋ ବିଚାରରେ, ଅନ୍ୟକୁ ସାହାଯ୍ୟ କରିବାର ସବୁଠୁ ବଡ଼ ଦିଗ ହେଉଛି ନିଜକୁ ହିଁ ସାହାଯ୍ୟ କରିବା। କାରଣ ଏହାଫଳରେ ଆମକୁ ଢେର ଆତ୍ମସନ୍ତୋଷ ମିଳିଥାଏ। ତେଣୁ ଅନ୍ୟକୁ ସାହାଯ୍ୟ କଲେ ସବୁଠୁ ଅଧିକ ଲାଭ ନିଜକୁ ହିଁ ମିଳିଥାଏ।”

ଅନ୍ୟକୁ ସାହାଯ୍ୟ କଲେ ଆମକୁ କି ଲାଭ ମିଳେ? ଶୁଣନ୍ତୁ କ’ଣ କହୁଛନ୍ତି ଦଲାଇ ଲାମା..

“ଏକଥା ନୁହେଁ ଯେ କେବଳ ଖୁସିରେ ରହୁଥିବା ଲୋକମାନେ ଅନ୍ୟକୁ ସାହାଯ୍ୟ କରିବାକୁ ସବୁବେଳେ ଆଗେଇ ଆସିଥା’ନ୍ତି। ମୋ ବିଚାରରେ, ଅନ୍ୟକୁ ସାହାଯ୍ୟ କରିବାର ସବୁଠୁ ବଡ଼ ଦିଗ ହେଉଛି ନିଜକୁ ହିଁ ସାହାଯ୍ୟ କରିବା। କାରଣ ଏହାଫଳରେ ଆମକୁ ଢେର ଆତ୍ମସନ୍ତୋଷ ମିଳିଥାଏ। ତେଣୁ ଅନ୍ୟକୁ ସାହାଯ୍ୟ କଲେ ସବୁଠୁ ଅଧିକ ଲାଭ ନିଜକୁ ହିଁ ମିଳିଥାଏ।”

ଧର୍ମଗୁରୁ ଦଲାଇ ଲାମା ତାଙ୍କ ଟୁଇଟର ଆକାଉଣ୍ଟରେ ଏହି ବାର୍ତ୍ତା ଦେଇଛନ୍ତି। ବିଶ୍ୱରେ ସେତେବେଳେ ବିଭିନ୍ନ ଦେଶ, ବିଭିନ୍ନ ସମ୍ପ୍ରଦାୟ, ବିଭିନ୍ନ ଅନୁଷ୍ଠାନ ବା ବିଭିନ୍ନ ବ୍ୟକ୍ତି ସୁଖ ଓ ଶାନ୍ତିର ସହ ଏକାଠି ରହିପାରିବେ ଯେତେବେଳେ ଜଣେ ଅନ୍ୟଜଣଙ୍କୁ ସାହାଯ୍ୟ କରିବାକୁ କୁଣ୍ଠାପ୍ରକାଶ କରିବ ନାହିଁ। କେବଳ କୁଣ୍ଠାପ୍ରକାଶ କରିବା କଥା ନୁହେଁ, ବରଂ ଅନ୍ୟଜଣଙ୍କୁ ସାହାଯ୍ୟ କରିବାକୁ ଜଣେ ନିଜ ଆଡ଼ୁ ଆଗେଇ ଆସିବା ଦରକାର।

ସାଧାରଣଭାବେ ଆମେ କହୁ ‘କର୍ମ ଅନୁଯାୟୀ ଫଳ’। ଅର୍ଥାତ୍‍ ଆମେ ଯେଉଁଭଳି କାମ କରୁ, ଆମକୁ ସେହିଭଳି ଫଳ ମିଳିଥାଏ। ସକାରାତ୍ମକ ଭାବେ କହିଲେ, ଯଦି ଆମେ ଭାବୁଛେ ବିପଦଆପଦରେ ବା ଆବଶ୍ୟକ ବେଳେ ଆମକୁ କେହି ସାହାଯ୍ୟ କରିବା ଦରକାର, ତେବେ ଆମେ ମଧ୍ୟ ଅନ୍ୟ ବ୍ୟକ୍ତି ସାହାଯ୍ୟ ମାଗିବା ପୂର୍ବରୁ ସହଯୋଗର ହାତ ବଢାଇଦେବା ଦରକାର।

ଓଡ଼ିଆରେ କୁହାଯାଏ ‘ଦେଇଥିଲେ ପାଇ’। ଧର୍ମଗୁରୁ ଦଲାଇ ଲାମାଙ୍କ ପରାମର୍ଶ କିନ୍ତୁ ଏହି ଉକ୍ତିଠାରୁ ମଧ୍ୟ ଊର୍ଦ୍ଧ୍ୱରେ। ଦଲାଇ ଲାମା କହୁଛନ୍ତି ଯେ ମଣିଷର ଖୁସି କେବଳ ପାଇବା ମଧ୍ୟରେ ସୀମିତ ହୋ‍ଇରହେ ନାହିଁ। ବରଂ ଅନ୍ୟକୁ ସାହାଯ୍ୟ କରି ପ୍ରତିଦାନରେ ଆମକୁ ଯେଉଁ ଅପୂର୍ବ ଖୁସି ମିଳେ, ତା’ର ତୁଳନା ନାହିଁ!

LEAVE A REPLY

Please enter your comment!
Please enter your name here