ଓଡ଼ିଶାଲାଇଭ୍‌ ବ୍ୟୁରୋ

sachin2

ଆଜି ହେଉଛି ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର୍‌ ୪୫ତମ ଜନ୍ମଦିବସ। ସଚିନ ତେନ୍ଦୁଲକର ଓ ୨୪ ତାରିଖ ମଧ୍ୟରେ ଖାସ୍ ସମ୍ପର୍କ ରହିଛି। କେବଳ ଯେ ଏହି ତାରିଖରେ ସଚିନ୍ ଜନ୍ମଗ୍ରହଣ କରିଥିଲେ ତା’ନୁହେଁ ତାଙ୍କ କ୍ରିକେଟ୍‌ ଜୀବନର ଅନେକ ସ୍ମରଣୀୟ ମୂହୁର୍ତ୍ତ ବି ୨୪ ତାରିଖରେ ଘଟିଛି।

ଭାରତୀୟ କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକର ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୮୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ସଚିନ ପରବର୍ତ୍ତୀ ୨୪ ବର୍ଷ ପର୍ଯ୍ୟନ୍ତ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର କ୍ରିକେଟ୍‌ ଏକ ସ୍ଵର୍ଣ୍ଣିମ ତାରକା ଭାବେ ଉଭା ହୋଇଥିଲେ।

କୀର୍ତ୍ତିମାନ ପରେ କୀର୍ତ୍ତିମାନ କରି କ୍ରିକେଟ୍‌ର ଭଗବାନ ଉପାଧି ପାଇଥିଲେ। ୨୦୧୩ ନଭେମ୍ବର ୧୬ରେ ନିଜ ଖେଳ ଜୀବନରୁ ଅବସର ନେବା ପରେ ମଧ୍ୟ ସଚିନ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ୍‌ ତାରକା ଭାବେ ରହି ଆସିଛନ୍ତି।

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ୨୪ ତାରିଖ ମଧ୍ୟରେ ଖାସ୍ ସମ୍ପର୍କ ରହିଛି। କେବଳ ଯେ ଏହି ତାରିଖରେ ସଚିନ୍ ଜନ୍ମଗ୍ରହଣ କରିଥିଲେ ତା’ନୁହେଁ ତାଙ୍କ କ୍ରିକେଟ୍‌ ଜୀବନର ବି ଅନେକ ସ୍ମରଣୀୟ ମୂହୁର୍ତ୍ତ ବି ୨୪ ତାରିଖରେ ଘଟିଛି।

ଆସନ୍ତୁ ଜାଣିବା କ’ଣ ରହିଛି ସେହି ଖାସ୍ ସମ୍ପର୍କ…

୨୪ ଫେବ୍ରୁଆରି ୧୯୮୮

୩୦ବର୍ଷ ପୂର୍ବରୁ ଫେବ୍ରୁଆରି ୨୪ ତାରିଖ ତାରିଖ ଦିନ କୁନି ସଚିନ ଖବର ଶିରୋନାମାରେ ଥିଲେ। ପିଲାଦିନର ବନ୍ଧୁ ବିନୋଦ କାମ୍ବଲୀଙ୍କ ସହ ତୃତୀୟ ୱିକେଟ୍ ପାଇଁ ୬୬୪ରନର ପାର୍ଟନରସିପ୍ କରିଥିଲେ।

୨୪ ଫେବ୍ରୁଆରି ୨୦୧୦

ଗ୍ଵାଲିୟରର କ୍ୟାକପ୍ଟେନ୍ ରୂପ ସିଂହ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିରୋଧରେ ଐତିହାସିକ ୨୦୦ରନର ପାଳି ଖେଳିଥିଲେ ସଚିନ୍।

୨୪ ନଭେମ୍ବର ୧୯୮୯

ଏହି ଦିନ ସଚିନ୍ ମାତ୍ର ୧୬ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଫଇସଲାବାଦରେ ପାକିସ୍ତାନ ବିରୋଧରେ ସେ ଏହି ସ୍କୋର କରିଥିଲେ।

ଆସନ୍ତୁ ଜାଣିବା ୨୪ ତାରିଖ ସହ ସଚିନ ତେନ୍ଦୁଲକରଙ୍କ ଆଉ କ’ଣ ରହିଛି ସମ୍ପର୍କ

  • ସଚିନଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ବି ୨୪ବର୍ଷ ଥିଲା(୧୯୮୯୨୦୧୩)
  • ସଚିନ ୧୯୭୩ ଏପ୍ରିଲ୍ ୨୪ ଜନ୍ମଗ୍ରହଣ କରିଥିଲେ
  • ତାଙ୍କ ବିବାହ ୧୯୯୫ ମସିହା ମେ ୨୪ରେ ହୋଇଥିଲା
  • ପୁଅ ଅର୍ଜୁନ ତେନ୍ଦୁଲକର ୨୪ ଡିସେମ୍ବର ୧୯୯୯କୁ ଜନ୍ମଗ୍ରହଣ କରିଥିଲା

 

Comment