ଓଡ଼ିଶାଲାଇଭ୍‌ ବ୍ୟୁରୋ

viral-videoରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଋଣ ଦେବା ନାଁରେ ମନ୍ଦିର ପୂଜକ ଜଣେ ମହିଳାଙ୍କୁ ନିଶା ଦେଇ ତାଙ୍କ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ମହିଳା ଜଣକ ଆଜି ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅଭିଯୁକ୍ତ ମନ୍ଦିର ପୂଜକଙ୍କ ନାଁ ହେଉଛି ସରୋଜ ଦାଶ। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ। ଭୁବନେଶ୍ୱରର ଏକ ମନ୍ଦିରରେ ସେ ପୂଜା କରିଥାନ୍ତି। ଏହି ପୂଜକ ଜଣକ ସଂପୃକ୍ତ ମହିଳାଙ୍କ ଘରକୁ ନିୟମିତ ଯିବା ଆସିବା କରୁଥିଲେ। ହେଲେ କୌଣସି ଏକ କାମ ପାଇଁ ମହିଳାଙ୍କର ଟଙ୍କା ଆବଶ୍ୟକ ପଡ଼ିଥିଲା। ସେ ଏ ସମ୍ପର୍କରେ ପୂଜକଙ୍କୁ କହିଥିଲେ।

ସୁନା ବନ୍ଧକ ଦେଲେ ଟଙ୍କା ଦେବେ ବୋଲି ମନ୍ଦିରର ପୂଜକ ମହିଳାଙ୍କୁ କହିଥିଲେ। ପୂଜକଙ୍କ କଥା ଅନୁସାରେ ମହିଳା ଜଣକ ସୁନା ନେଇ ଟଙ୍କା ଆଣିବାକୁ ପୂଜକଙ୍କ ଘରକୁ ଯାଇଥିଲେ। ଏହି ସୁଯୋଗରେ ମହିଳାଙ୍କୁ ନିଶା ଖୁଆଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ରେକର୍ଡ କରିଥିଲେ। ଏହାକୁ ସେ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ।

ଏହି ଖବର ଜଣାପଡ଼ିବା ପରେ ମହିଳା ଜଣକ ଆଜି ମହିଳା ଥାନାରେ ପୂଜକଙ୍କ ନାଁରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ତାଙ୍କୁ ନ୍ୟାୟ ଦେବା ପାଇଁ ମହିଳା ଜଣକ ଦାବି କରିଛନ୍ତି।

 

 

 

 

 

 

Comment