ଓଡ଼ିଶାଲାଇଭ୍‍ ବ୍ୟୁରୋ

ଲୋକପ୍ରିୟ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍‍’ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଉପରେ ପ୍ରସ୍ତୁତ ହୋ‍ଇଛି ଏକ ସ୍ୱତନ୍ତ୍ର ୱେବସାଇଟ୍‍ ।

ଲୋକପ୍ରିୟ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍‍’ ପକ୍ଷରୁ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଉପରେ ପ୍ରସ୍ତୁତ ହୋ‍ଇଛି ଏକ ସ୍ୱତନ୍ତ୍ର ୱେବସାଇଟ୍‍। www.madhusudandas.org ନାମକ ଏହି ଡିଜିଟାଲ ପ୍ଲାଟଫର୍ମରେ ମଧୁବାବୁଙ୍କ ଜୀବନୀ, ବିରଳ ଫଟୋଚିତ୍ର ଏବଂ ତାଙ୍କ ରଚିତ ୮ଟି କବିତା ଉପରେ ଆଧାରିତ ଗୀତ ସ୍ଥାନ ପାଇଛି।

ଓଡ଼ିଶାଲାଇଭ୍‍ ପକ୍ଷରୁ ମଧୁବାବୁଙ୍କ ଜୀବନ ଓ ଆଦର୍ଶକୁ ନୂଆପିଢ଼ି ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ୨୦୧୬ ମସିହାରେ ଏହି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ କରାଯାଇଥିଲା। ସେତେବେଳେ ଓଡ଼ିଶାଲାଇଭ୍‍ ମିଡିଆ ପକ୍ଷରୁ ‘ମଧୁବାବୁ ଓ ମେକ୍‌ ଇନ୍‌ ଓଡ଼ିଶା’ ନାଁରେ ହୋ‍ଇଥିବା ଏକ ବିଶେଷ କାର୍ଯ୍ୟକ୍ରମ ଅବସରରେ ଏହାର ଉନ୍ମୋଚନ କରାଯାଇଥିଲା।

www.madhusudandas.org ସାଇଟ୍‌ରେ ମୁଖ୍ୟତଃ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ, ଲେଖା ଏବଂ ଭିଡିଓର ଏକ ଡିଜିଟାଲ୍‌ ସଂକଳନ ବୋଲି କୁହାଯାଇପାରେ।

ଚଳିତ ବର୍ଷ ଉତ୍କଳଗୌରବଙ୍କ ଜନ୍ମଦିନ ଅବସରରେ ଓଡ଼ିଶାଲାଇଭ୍‌ ପକ୍ଷରୁ ଏକ ଡିଜିଟାଲ କ୍ୟାମ୍ପେନ କରାଯାଉଛି। ମଧୁବାବୁଙ୍କ ଜୟନ୍ତୀ ଅବସରରେ ଏହି ମହାପୁରୁଷଙ୍କ ସମ୍ପର୍କରେ ବିଭିନ୍ନ ଲେଖା ପ୍ରସ୍ତୁତ କରି ତଥା ବିଭିନ୍ନ ସୂତ୍ରରୁ ସଂଗ୍ରହକରି ଓଡ଼ିଶାଲାଇଭ୍‌ ନ୍ୟୁଜ୍‌ ପୋର୍ଟାଲ (www.odisha.live)ରେ ଏପ୍ରିଲ ୨୮ ତାରିଖ ଦିନ ୧୦ଟିରୁ ଅଧିକ ପୋଷ୍ଟ କରାଯାଇଛି।

ମଧୁବାବୁଙ୍କ ଜୀବନୀ ଉପରେ ପ୍ରସ୍ତୁତ ଇଂରାଜୀ ପୁସ୍ତକ ‘Madhubabu – The Global Icon’ ଏବେ ଅନଲାଇନ୍‌ରେ ଉପଲବ୍ଧ ରହିଛି। ଆଗ୍ରହୀ ବ୍ୟକ୍ତିମାନେ ଆମାଜନ୍‌ ସାଇଟ୍‌ ମାଧ୍ୟମରେ ଏହାକୁ ଡାଉନଲୋଡ୍‌ କରିପାରିବେ। ଓଡ଼ିଶାଲାଇଭ୍‌ ପକ୍ଷରୁ ଏହି ପୁସ୍ତକ ୨୦୧୬ ମସିହାରେ ପ୍ରକାଶ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା ଏହାକୁ ପ୍ରସ୍ତୁତ କରିଥିଲେ।

Comment