ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାର୍ସଲ୍‍ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‍ ମେହେରଙ୍କୁ କ୍ରାଇମ୍‍ବ୍ରାଞ୍ଚ ପୋଲିସ ପୁଣି ୫ ଦିନ ପାଇଁ ରିମାଣ୍ଡରେ ନେଇଛି। ପୂର୍ବରୁ ୬ ଦିନିଆ ରିମାଣ୍ଡରେ ନେଇଥିବା କ୍ରାଇମବ୍ରାଞ୍ଚ ଦ୍ୱିତୀୟ ଦଫା ରିମାଣ୍ଡ ସମୟରେ ତାଙ୍କୁ ରାୟପୁର ନେଇ ଯାଞ୍ଚ କରିବାର ଯୋଜନା ରହିଛି।

ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ୬ ଦିନିଆ ରିମାଣ୍ଡ ଶେଷ ହେବାପରେ ପୁଣି ୫ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ୍। କ୍ରାଇମବ୍ରାଞ୍ଚ ବୁଧବାରଦିନ ପାଟଣାଗଡ଼ ଏସଡିଜେଏମ କୋର୍ଟରେ ପୁଞ୍ଜିଲାଲକୁ ହାଜର କରିଥିଲା। ୮ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। କିନ୍ତୁ କୋର୍ଟ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଛନ୍ତି।

ଜେରା ବେଳେ ପୁଞ୍ଜିଲାଲ୍‍ ବୟାନ ବଦଳାଉଥିବାରୁ ତାଙ୍କୁ ଧରି ରାୟପୁର ନିଆଯିବ ବୋଲି ସୂଚନା ମିଳିଛି। ଗତକାଲି ରିମାଣ୍ଡ ଅବଧି ସରିବା ପରେ ବିଳମ୍ବିତ ରାତିରେ ପୁଞ୍ଜିଲାଲକୁ କଟକରୁ ପାଟଣାଗଡ଼କୁ ଅଣାଯାଇଥିଲା।

ଗତ ଫେବ୍ରୁଆରି ୨୩ ତାରିଖରେ ପାଟଣାଗଡ଼ରେ ଘଟିଥିଲା ପାର୍ସଲ ବୋମା ବିସ୍ଫୋରଣ। ସୌମ୍ୟଶେଖର ଓ ରିମାଙ୍କ ବାହାଘରର ୫ ଦିନ ପରେ କୋରିଅର ଜରିଆରେ ଏକ ଗିଫ୍ଟ ପାର୍ସଲ ଆସିଥିଲା। ଏହାକୁ ଖୋଲିବା ପରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା ଏଥିରେ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ପ୍ରାଣ ହରାଇଥିଲେ। ରିମା ଗୁରୁତର ହୋଇ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। କିଛିଦିନ ତଳେ ରିମା ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comment