ଓଡ଼ିଶାଲାଇଭ୍‌ ବ୍ୟୁରୋ

ମେ ୭ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ୱେବସାଇଟରୁ ଜାଣିପାରିବେ। ଏହାସହ ଏସ୍‌ଏମ୍‌ଏସ୍ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣି ପାରିବେ ବୋଲି ବୋର୍ଡ ସଭାପତି ଜହାନଆରା ବେଗମ୍ ସୂଚନା ଦେଇଛନ୍ତି।

୭ ତାରିଖ ସକାଳ ୯ଟାରେ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବ। ପରେ ଦିନ ୧୨ଟାଠାରୁ ପିଲାମାନେ ବୋର୍ଡ ଅଫିସ୍ ୱେବସାଇଟ www.bseodisha.ac.in, www.bseodisha.nic.in ଏବଂ  www.orissaresults.nic.in ରେ ସେମାନଙ୍କ ରେଜଲ୍ଟ ଦେଖିପାରିବେ। ଏହାସହ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ। OR10 ଲେଖି ସ୍ପେସ୍ ଦେଇ ରୋଲ ନମ୍ବର ଲେଖି 5676750 କୁ ପଠାଇଲେ ରେଜଲ୍ଟ ଜାଣି ହେବ।

ଚଳିତ ବର୍ଷ ୬ ଲକ୍ଷ ୮ ହଜାର ୩୧ ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ରାଜ୍ୟର ୨ ହଜାର ୮୧୮ଟି କେନ୍ଦ୍ରରେ ହେବ ପରୀକ୍ଷା ହୋଇଥିଲା। ପ୍ରଶ୍ନପତ୍ର ରଖିବା ପାଇଁ ୩୦୨ଟି ନୋଡାଲ ସେଣ୍ଟର କରାଯାଇଥିଲା।

କପି ରୋକିବା ପାଇଁ ୩୦ଟି ଜିଲ୍ଲାରେ ୫୮ଟି ଫ୍ଲାଇଙ୍ଗ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଥିବା ବେଳେ ବୋର୍ଡ ସ୍ତରରେ ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅଧିକାରୀଙ୍କୁ ନେଇ ଏକ ସ୍କ୍ୱାଡ୍ ଗଠନ କରାଯାଇଥିଲା।

Comment