ଓଡ଼ିଶାଲାଇଭ୍‌ ବ୍ୟୁରୋ

ବମିଖାଲ ଓଭବ୍ରିଜ ଟ୍ରାଜେଡିକୁ ନେଇ ବିରୋଧୀ କଂଗ୍ରେସ ଏବଂ ବିଜେପି ଶାସକ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ବର୍ଷିଛି। ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ କରି ଠିକାଦାର ପ୍ରୀତିକୁ ସମାଲୋଚନା କରିଛି।

ପଣ୍ଡା ଇନଫ୍ରା କମ୍ପାନିରେ ଶାସକ ଦଳର କିଛି ନେତାଙ୍କ ଟଙ୍କା ଲାଗିଛି। ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ପଣ୍ଡା ଇନଫ୍ରାକୁ ସରକାର ଅନୁକମ୍ପା ଦେଖାଉଛନ୍ତି। ଏଥହି ଘଟଣାରେ ସରକାରଙ୍କର ସ୍ୱଚ୍ଛ ଶାସନ ନମୁନା ମୁଖା ଖୋଲି ଯାଇଥିବା ବିଜେପି ଅଭିଯୋଗ କରିଛି।

ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ବମିଖାଲ ଓଭରବ୍ରିଜରେ ଅଘଟର ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିବା ଦୁର୍ଭାଗ୍ୟଜନକ। ଠିକାଦାର-ସରକାରଙ୍କ ଭିତରେ ମଧୁଚନ୍ଦ୍ରିକା ଚାଲିଥିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟୀ।”

କଂଗ୍ରେସ ବି ବମିଖାଲ ଓଭରବ୍ରିଜ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛି। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଦାବି କରାଯାଇଛି। ମୃତକଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି କରାଯାଇଛି। ପଣ୍ଡା ଇନଫ୍ରା କମ୍ପାନିକୁ କାହା ସ୍ୱାର୍ଥ ପାଇଁ କାମ ଦିଆଯାଇଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି।

Comment